ବାରବାଟୀ ମ୍ୟାଚ୍: ଜୋମାଟୋରେ ମିଳିବ ଟିକେଟ
ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍
ଏହି ଦିନଠୁ ଉପଲବ୍ଧ ହେବ ଟିକେଟ୍
କଟକ, ୧୭/୧୧: ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ T-20 ମ୍ୟାଚ। ମ୍ୟାଚ ପାଇଁ ଡିସେମ୍ବର ୧ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ଟିକେଟ୍ ବିକ୍ରି ନେଇ ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ସେ କହିଛନ୍ତି, “ଡିସେମ୍ବର ୧ ତାରିଖରେ ଅନଲାଇନ୍ରେ ମିଳିବ ଟିକେଟ୍। ଡିସେମ୍ବର ୩ ଓ ୪ରେ OCA ଅନୁବନ୍ଧିତ ସଂସ୍ଥାକୁ ଟିକେଟ୍। ୫ ଓ ୬ ଦୁଇଦିନ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ହେବ। ଷ୍ଟାଡିୟମର ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍। ଏଥର ଜୋମାଟୋରେ ବିକ୍ରି ହେବ ଅନ୍ଲାଇନ୍ ଟିକେଟ ବୋଲି କହିଛନ୍ତି। ରିଲିଜ୍ ହେବାକୁ ଥିବା ଟିକେଟ୍ ସଂଖ୍ୟା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
ଅନ୍ତର୍ଜାତୀୟ ମୁକାବିଲା ପାଇଁ ଓସିଏ ପ୍ରସ୍ତୁତ ହେଉଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଫେବୃଆରୀ ୯ ତାରିଖରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପରେ ୨୦୨୫ ରେ ଏହା ବାରବାଟୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍ ହେବ।