୨୦୨୭ ଜାତୀୟ ଜନଗଣନା ପ୍ରକ୍ରିୟା ଆରମ୍ଭ

ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗନଣନା

ଭୁବନେଶ୍ଵର, ୧୭/୧୧: ୨୦୨୭ ଜାତୀୟ ଜନ ଗଣନା ପାଇଁ ଓଡ଼ିଶାରେ ଆରମ୍ଭ ହେଲା ପ୍ରକ୍ରିୟା। ଜନଗଣନା ପୂର୍ବରୁ ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗନଣନା। ପରୀକ୍ଷାମୂଳକ ଭାବେ ୪ଟି ଅଞ୍ଚଳରେ ପ୍ରଥମେ ପ୍ରାକ୍ ଜନଗନଣନା ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପ୍ରାକ୍ ଗୃହ ଗଣନା ଓ ଗୃହ ତାଲିକା ହେବ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ୨୦ଟି ଗାଁରେ ହେବ ଗୃହ ଗଣନା। ମୟୂରଭଞ୍ଜ ଠାକୁରମୁଣ୍ଡାର ୪୪ଟି ଗାଁରେ ଗୃହ ଗଣନା ଓ ଗୃହ ତାଲିକା ହେବ। ଭୁବନେଶ୍ୱର ମହାନଗର ୨୨ ନଂ ଓ୍ୱାର୍ଡରେ ହେବ ପ୍ରାକ୍ ଗୃହ ଗଣନା। କଟକ ମହାନଗର ଓ୍ୱାର୍ଡ ନଂ ୧୭ରେ ମଧ୍ୟ ହେବ ଗୃହ ଗଣନା ଓ ଗୃହ ତାଲିକା ହେବ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ସମନ୍ୱୟରେ ଏହା ଅନୁଷ୍ଠିତ ହେବ। ଗଣନାକାରୀ ଗୃହ ପରିଦର୍ଶନ କରି ନମ୍ୱର ଦେବେ ଓ ଗଣନା ତଥ୍ୟ ସଂଗ୍ରହ କରିବେ।