ହ୍ୟୁମାନ ସାଗରଙ୍କ ବିୟୋଗରେ ନବୀନଙ୍କ ଗଭୀର ଶୋକ ପ୍ରକାଶ
‘ହ୍ୟୁମାନଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ’
ଭୁବନେଶ୍ଵର, ୧୭/୧୧: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ନବୀନ ଶୋକ ବାର୍ତ୍ତାରେ କହିଛନ୍ତି, “ହ୍ୟୁମାନ ସାଗରଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଭାବେ ଦୁଃଖିତ। ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।” ସୂଚନାଯୋଗ୍ୟ, ହ୍ୟୁମାନ ସାଗର ନବୀନଙ୍କ ଉଦ୍ଦେଶ୍ୟରେ ‘ହେ ନବୀନ ବାବୁ ଆମେ ତୁମ ଫ୍ୟାନ’ ଗୀତ ଗାଇଥିଲେ। ଯାହା ବହୁତ ପ୍ରଶଂସା ସାଉଁଟିଥିଲା।