ହାଇଟେକ୍‌ରେ ଗ୍ରହଣ ଖଣ୍ଡିଆ ଅପରେସନ୍ ଉଦ୍‌ଘାଟିତ

ନିଃଶୁଳ୍କ ଭାବେ ଗ୍ରହଣ ଖଣ୍ଡିଆର ଚିକିତ୍ସା ପ୍ରଦାନ

ଭୁବନେଶ୍ଵର, ୨୨/୧୧: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରସ୍ଥ ଦନ୍ତ ଚିକିତ୍ସା ମହାବିଦ୍ୟାଳୟରେ ଗ୍ରହଣ ଖଣ୍ଡିଆର ୫ମ ଚିକିତ୍ସା ମିଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାକୁ ମୁଖ୍ୟ ଅତିଥି ହାଇଟେକ୍ ଗ୍ରୁପ୍‌ର ସିଇଓ ତଥା ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶୁୁରେଶ କୁମାର ପାଣିଗ୍ରାହୀ, ସମ୍ମାନିତ ଅତିଥି ଓଡିଶା ଶିଶୁ ଅଧିକାର ଆୟୋଗର ସଭ୍ୟା ମନସ୍ମିତା ଖୁିଆ, ଓଡିଶା ମହିଳା କମିଶନର ସଭ୍ୟା ପ୍ରତିମା ଶତପଥୀ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ମିଶନ୍ ସ୍ମାଇଲ, ମୁଥୁଟ୍ ପାପାଚନ୍ ଗ୍ରୁପ ଏବଂ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ମିଳିତ ଉଦ୍ୟମରେ ଓଡିଶାର ଶିଶୁ ଏବଂ ଯୁବକମାନଙ୍କୁ ନିଃଶୁଳ୍କ ଭାବେ ଗ୍ରହଣ ଖଣ୍ଡିଆର ଚିକିତ୍ସା ପ୍ରଦାନ କରାଯାଉଛି । ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏହି ସେବା ସର୍ବଦା ଜାରି ରହିବ ବୋଲି କହିଥିବାବେଳେ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶୁୁରେଶ କୁମାର ପାଣିଗ୍ରାହୀ ସମାଜର ପ୍ରତିଟି ବର୍ଗର ଲୋକମାନଙ୍କୁ ଆମେ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଥୁଟ୍ ପାପାଚନ୍ ଗ୍ରୁପର ମୁଖ୍ୟ ସିଏସ୍‌ଆର ଡ. ପ୍ରଶାନ୍ତ କୁମାର ନେଲ୍ଲିକାଲ୍‌, ମିଶନ୍ ସ୍ମାଇଲ ଟ୍ରଷ୍ଟି ଡ. ରାମକୁମାର ଭେଙ୍କଟେଶ୍ୱରନ୍‌, ହାଇଟେକ୍ ଡୋଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଡ. ସଂଗ୍ରାମ ପାତ୍ର, ଭାଇସ୍‌-ପ୍ରିନ୍ସିପାଲ ଡ. ସୁଭାଷ ନାୟକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଭିତୋଷ ଦେବତା , ସର୍ଜିକାଲ ଟିମ୍ ଲିଡର ଡ. ମନିଷ ମୁକୁଲ ଘୋଷ ଉପସ୍ଥିତ ଥିଲେ । ଏହା ମଧ୍ୟରେ ୩୫୦୦ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରି ହାଇଟେକ୍ ଏକ ସ୍ୱତନ୍ତ୍ର ମାଇଲ ଖୁଣ୍ଟ ସୃଷ୍ଟି କରିଛି ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି । ମିଶନ ସ୍ମାଇଲ୍‌ର ଓଡିଶା ମୁଖ୍ୟ ତୁଷିତ୍ କାର୍ଯ୍ୟକ୍ରମକୁ ସଂପାଦନ କରିଥିଲେ ।