ହ୍ୟୁମାନ ସାଗରଙ୍କ ମୃତ୍ୟୁ: ଦିନ ଗଡୁଛି, ବିବାଦ ବଢ଼ୁଛି

ତଦନ୍ତ ଦାବି କଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ହ୍ୟୁମାନ ଅସୁସ୍ଥ ପଛର ଲୋକଙ୍କୁ ଖୋଜାଯାଉ କହିଲେ

ଭୁବନେଶ୍ଵର, ୨୨/୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ। ଦିନ ପରେ ଦିନ ଯେତିକି ଗଡୁଛି, ବିବାଦ ସେତେ ବଢୁଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି। ଯାହାକୁ ନେଇ ଏବେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବଡ ଖୁଲାସା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରେମ୍ ଆନନ୍ଦ କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ୍ ଟ୍ରାପ୍‌ କରାଯାଉଥିଲା। ହ୍ୟୁମାନଙ୍କ ଶାରିରୀକ ଅସୁସ୍ଥତା ମୋତେ କଷ୍ଟ ଦେଉଥିଲା।

ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ। କିନ୍ତୁ ଝିଅକୁ ଦେଖା କରିବାକୁ ତାଙ୍କୁ ଅଟକା ଯାଉଥିଲା। ହ୍ୟୁମାନଙ୍କୁ ଦେଖା କରିବାକୁ ସ୍ତ୍ରୀ, ଝିଅ ଅପେକ୍ଷା କରି ରହୁଥିଲେ। ତଥାପି ସ୍ତ୍ରୀ ଓ ଝିଅ ପାଖକୁ ଯାଇ ପାରୁ ନ ଥିଲେ ହ୍ୟୁମାନ। ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା। ଜୀବନରେ ଯଦି ଶାନ୍ତି ନ ରହିବ କେମିତି କଣ ଜଣେ କରିବ। ସେ ସୋସିଆଲ ମିଡିଆ ଟ୍ରୋଲ୍‌କୁ ବହୁତ ଡରୁଥିଲେ ହ୍ୟୁମାନ ବୋଲି କହିଛନ୍ତି ପ୍ରେମ ଆନନ୍ଦ।

ପ୍ରେମ ଆନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ, ହ୍ୟୁମାନଙ୍କ ମା’ଙ୍କୁ ଗାଳିଗୁଲଜ କରିବା ଠିକ୍ ନୁହେଁ। ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ। ହ୍ୟୁମାନ ଅସୁସ୍ଥ ହେବା ପଛର କାରଣ କ’ଣ ଖୋଜନ୍ତୁ। ଅସୁସ୍ଥ ହେବା ପଛରେ ଯେଉଁମାନଙ୍କ ଭୂମିକା ରହିଛି ଖୋଜାଯାଉ। ହ୍ୟୁମାନ ଉଚ୍ଚକୁ ଯିବା ପରେ ଯେଉଁମାନେ ଡିଷ୍ଟର୍ବ ଚାହୁଁଥିଲେ ଖୋଜାଯାଉ। ତାହାଲେ କିଏ ହ୍ୟୁମାନଙ୍କ ଅସୁସ୍ଥତାର କାରଣ ସେ ନେଇ ବଢ଼ିଲା ଚର୍ଚ୍ଚା।