ବ୍ରିଜ ତଳକୁ ଖସିଲା ବସ୍

୧୦ରୁ ଉର୍ଦ୍ଧ୍ବ ଆହତ

ସୁବର୍ଣ୍ଣପୁର, ୨୫/୧୧: ବ୍ରିଜ ତଳକୁ ଖସିଲା ବସ୍। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାଖ ସିଂହୀଯୁବା ଠାରେ। ଭୁବନେଶ୍ବରରୁ ପଦ୍ମପୁର ଦୀପ୍ତିପୁରକୁ ଯାଉଥିବା ବସଟି ସକାଳ ସାଢେ ପାଞ୍ଚଟା ବେଳକୁ ସିଂହୀଯୁବା ନାଳ ବ୍ରିଜରେ ଧକ୍କା ହୋଇ ନାଳ ତଳକୁ ଓଲଟି ପଡିଥିଲା।

ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପହଞ୍ଚି ଘଟଣାସ୍ଥଳରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ଆହତମାନଙ୍କୁ ତୁରନ୍ତ ବିନିକା ଡାକ୍ତର ଖାନାକୁ ଅଣାଯାଇଥିଲା। ବସ୍ ରେ ଯାତ୍ରୀ ସଂଖ୍ୟା ପାଖାପାଖି ୪୦ ଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଥିବା ବେଳେ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିନିକା ଡାକ୍ତରଖାନାରେ ଆହତଙ୍କ ଅବସ୍ଥା ଦେଖିବା ଉପଯୁକ୍ତ ସୁବିଧା ଯୋଗାଇ ଦେବାକୁ କହିଛନ୍ତି ଜିଲ୍ଲାପାଳ ଓ ଏସ୍ ପି।