ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

ସୁପ୍ରିମୋ ନବୀନଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ଵର, ୨୫/୧୧: ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା। ବିଜେଡ଼ି ସିନିୟର୍ ହିଟିଜେନ ସେଲ୍ ର ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର।

ଇସ୍ତଫା ପତ୍ରରେ ଦଳ ବିରୋଧରେ ବିଷୋଦଗାର କରିବା ସହ ଦଳ ଗୁରୁତ୍ୱ ଦେଉନଥିବା ଉଲ୍ଲେଖ କରିଛନ୍ତି। ଏଥି ସହ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାହୁଁନାହିଁ। ବିଜୁ ବାବୁଙ୍କ ଚିନ୍ତାଧାରାରୁ ବିଜେଡ଼ି ଦୂରେଇ ଯାଇଥିବା ସେ ଚିଠିରେ ଲେଖିଛନ୍ତି।