ଭିଜିଲାନ୍ସ ଜାଲରେ ARI

ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡ଼ା, ୨୫/୧୧: ଲାଞ୍ଚ ନେଇ ଧରାପଡ଼ିଲେ ନିକିରାଈ ARI ଅଭିମନ୍ୟୁ ବେହେରା। ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ।

ଧରା ପଡ଼ିବା ପରେ ସହ ରାଜସ୍ୱ ନିରୀକ୍ଷକଙ୍କ ଆଳି ଓ ଗରାପୁର ବାସଭବନରେ ରେଡ୍ କରାଯାଇଛି। ନିକିରାଈ ଆର୍‌ଆଇ ଅଫିସରେ ମଧ୍ୟ ଚାଲିଛି ଖାନତଲାସ।

ଚାଷ ଜମିକୁ ଘର ଜମିରେ ପରିଣତ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ARI। କିନ୍ତୁ ଅଭିଯୋଗକାରୀ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରିବାରୁ ୧୨ ହଜାର ଟଙ୍କା ଦାବି କରିଥିଲେ। ଏହା ପରେ ଜମି ମାଲିକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ, ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବା ଅବସ୍ଥାରେ ଧରିଥିଲା।