ଭୁବନେଶ୍ୱର, ୦୧/୧୨: ନୂଆ ସରକାର ଆସିବା ପରେ ଚିହ୍ନଟ ହେଲେଣି ୫୧ ଜଣ ବାଂଲାଦେଶୀ। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠା ଗଲାଣି। ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩, କୋରାପୁଟରୁ ଜଣେ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପଠା ଯାଇଛି।
୨ ଜଣ ଜାଲି ବାଂଲାଦେଶୀ ଅନୁପ୍ରବେଶ କାରୀ ଜାଲ ପାସ ପୋର୍ଟ କରିଥିବା ଧରା ପଡ଼ିଛନ୍ତି। ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ମୁତାବକ, “ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଓ ତଡ଼ି ପାର୍ ପାଇଁ ସ୍ୱତନ୍ତ୍ର କାର୍ଯ୍ୟବାହିନୀ କମିଟି ଗଠନ କରାଯାଇଛି। ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ୧୮ଟି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଓ ୨ଟି ରାଜ୍ୟସ୍ତରୀୟ ଅଟକ କେନ୍ଦ୍ର ଖୋଲିଛି। ୧୭୬୮ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି, ୫୧ ଅବୈଧ ଘୋଷଣା। ବର୍ତ୍ତମାନ ବି ୫୦ ସନ୍ଦିଗ୍ଧଙ୍କ ପରିଚୟ ପତ୍ର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସ୍ୱତନ୍ତ୍ର ଆପ୍ ଜରିଆରେ ଚିହ୍ନଟ ହେଉଛି ଅନୁପ୍ରବେଶକାରୀ ବାଂଲାଦେଶୀ। ବରିଷ୍ଠ ଗୁଇନ୍ଦା ଅଧିକାରୀ ସମ୍ଭାବ୍ୟ ଅନୁପ୍ରବେଶ ଜିଲ୍ଲାକୁ ପରିଦର୍ଶନ କରୁଛନ୍ତି।