ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡ଼ି ଧକ୍କାରେ ବୃଦ୍ଧା ଗୁରୁତର

କଟକ SCB ରେ ଭର୍ତ୍ତି

ଜଗତସିଂହପୁର, ୦୧/୧୨: ଶିଳ୍ପ ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡ଼ି ଧକ୍କାରେ ବୃଦ୍ଧା ଗୁରୁତର। ପାରାଦୀପରୁ କଟକ ଆସୁଥିବା ବେଳେ କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଦୁର୍ଘଟଣା ମନ୍ତ୍ରୀ ସଂପଦ ସ୍ବାଇଁଙ୍କ ଗାଡ଼ି ଧକ୍କା ହୋଇଥିଲା। ରାସ୍ତା ପାର ବେଳେ ଧକ୍କା ଦେଇଥିଲା ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡ଼ି। ଧକ୍କାରେ ଗୁରୁତର ବୃଦ୍ଧାଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ ମନ୍ତ୍ରୀ। ହେଲେ ପରେ ବୃଦ୍ଧାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।