ବିଶ୍ଵ ବିଜୟୀ ମହିଳା କ୍ରିକେଟ ଦଳଙ୍କୁ ହାଇଟେକରେ ସମ୍ବର୍ଦ୍ଧନା

ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୦୧/୧୨: ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରେକ୍ଷାଳୟରେ ସହସ୍ରାଧିକ ବିଦ୍ୟାର୍ଥୀଙ୍କ ଗହଣରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଦୃଷ୍ଟିବାଧିତ ବିଶ୍ଵ ବିଜୟୀ ମହିଳା କ୍ରିକେଟ ଦଳର ଖେଳାଳୀ ଫୁଲ ସୋରେନ, ବାସନ୍ତୀ ହଂସଦା, ଯମୁନା ରାଣୀ ଟୁଡୁ, ପାର୍ବତୀ ମାରାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଦୃଷ୍ଟି ବାଧ୍ୟତ କ୍ରିକେଟ ଟିମ୍‌କୁ ଦୀର୍ଘ ବର୍ଷ ଧରି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ରହିବା, ଖାଇବା ସହ ସମସ୍ତ ପ୍ରୋତ୍ସାହନ ଦେଇ ଆସୁଥ‌ିବାବେଳେ ଆଜି ସେମାନଙ୍କର ବିଶ୍ଵ ବିଜୟ ତାଙ୍କୁ ଅତ୍ୟଧ‌ିକ ଉଲ୍ଲସିତ କରିଥିବା କହିଛନ୍ତି । ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ ଏହି କ୍ରିକେଟ ତାରକା ମାନଙ୍କୁ ଆଗାମୀ ଦିନରେ ସମସ୍ତ ସାହାଯ୍ୟ ସହଯୋଗର ହାତ ବଢାଇବାକୁ କହିଛନ୍ତି । ଓଡିଶା ସରକାରଙ୍କ ଦୃଷ୍ଟିବାଧ୍ତ ବିଭାଗର ସନ୍ୟାସ କୁମାର ବେହେରା, ଓଡିଶା ଦୃଷ୍ଟିବାଧ୍ୟ କ୍ରିକେଟ ଟିମ୍ବର ସଭାପତି ଏମ୍ ଜାଫର ଇକ୍‌ବାଲ୍ ହାଇଟେକ୍‌କୁ ଧନ୍ୟବାଦ୍ ଦେବା ସହିତ ଆଗାମୀ ଦିନରେ ଦୃଷ୍ଟିହୀନ କ୍ରିଡାବିତଙ୍କୁ ସାହାଯ୍ୟ ସହଯୋଗ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।