ଅନ୍ୱେଷା ଯୋଜନା: ବର୍ଷିଲେ ରାମଚନ୍ଦ୍ର କାଡ଼ାମ, କଂଗ୍ରେସର ମୁଲତବି ପ୍ରସ୍ତାବ

ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର, ୦୨/୧୨: ଅନ୍ୱେଷା ଯୋଜନାକୁ ନେଇ କଂଗ୍ରେସ ମୁଲତବି ପ୍ରସ୍ତାବ ଆଣିଥିଲା। ଆଲୋଚନାରେ ଭାଗ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ରାମଚନ୍ଦ୍ର କାଡ଼ାମ୍ କହିଛନ୍ତି, “SCST ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସରକାର ଆଣିଥିଲେ ଅନ୍ୱେଷା ଯୋଜନା। ୨୦୨୫-୨୬ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀ ଧୋକା ଦିଆଯାଇଛି। ଅନ୍ୱେଷା ପୋର୍ଟାଲ ଖୋଲାଗଲାନି କି ଆଡମିଶନ୍ ହେଲାନାହିଁ। ଆଦିବାସୀଙ୍କ ଦୁଃଖ ବୁଝୁ ନାହାନ୍ତି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ। ପିଲାଙ୍କ ରହିବା, ଖାଇବା ଓ ଯାତାୟାତରେ ସଠିକ ବ୍ୟବସ୍ଥା ହୋଇନାହିଁ।

ମୁଲତବି ପ୍ରସ୍ତାବ ଉପରେ SC/ST ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖି କହିଛନ୍ତି, “୧୧ଜିଲ୍ଲାର ୧୬୩ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି ୨୦ହଜାର ଛାତ୍ରଛାତ୍ରୀ। ଅନ୍ୱେଷା ଯୋଜନାରେ ୨୦ ହଜାର SC/ST ପିଲା ପାଠ ପଢ଼ୁଛନ୍ତି। ୨୦୨୫-୨୬ରେ ୧୫୮ କୋଟି ୮ ଲକ୍ଷ ବ୍ୟୟବରାଦ କରାଯାଇଛି। ଆଗାମୀ ୫ବର୍ଷ ପାଇଁ ଯୋଜନା ଚାଲୁ ରଖିବା ପ୍ରସ୍ତାବ ବିଚାରଧୀନ ରହିଛି।