ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ବଦଳିଲା

କେନ୍ଦ୍ର ସଚିବାଳୟ ନାମ ମଧ୍ୟ ପରିବର୍ତ୍ତନ

ନୂଆଦିଲ୍ଲୀ, ୦୨/୧୨: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଥିବା ନୂତନ କମ୍ପ୍ଲେକ୍ସର ନାମ ପରିବର୍ତ୍ତନ କରାଯାଇଛି। ସେବାତୀର୍ଥ ନାଁରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମିତ ହୋଇଛି।

ପୂର୍ବରୁ ‘ଏକ୍ଜିକ୍ୟୁଟିଭ୍ ଏନକ୍ଲେଭ୍’ ଭାବରେ ଜଣାଶୁଣା ଏହି କମ୍ପ୍ଲେକ୍ସର ନାମ ପରିବର୍ତ୍ତନ କରାଯାଇ ସେବା ତୀର୍ଥକୁ ସେବାର ଭାବନାକୁ ପ୍ରତିଫଳିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ କର୍ମକ୍ଷେତ୍ର ଭାବରେ ବିବେଚିତ କରାଯାଇଛି।

ପରିବର୍ତ୍ତନ କେବଳ ପ୍ରଶାସନିକ ନୁହେଁ, ବରଂ ସାଂସ୍କୃତିକ ଏବଂ ନୈତିକ କ୍ଷେତ୍ରରେ ମଧ୍ୟ ଜରୁରୀ ବୋଲି ଅଧିକାରୀମାନେ କହିଛନ୍ତି। ଏହି ଏନକ୍ଲେଭରେ କ୍ୟାବିନେଟ ସଚିବାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ଇଣ୍ଡିଆ ହାଉସ୍ କାର୍ଯ୍ୟାଳୟ ସହିତ ପିଏମଓ ରହିବ।

କେନ୍ଦ୍ର ସଚିବାଳୟ ମଧ୍ୟ ଏବେ କର୍ତ୍ତବ୍ୟ ଭବନ ନାମରେ ନାମିତ ହୋଇଛି। ପରିବର୍ତ୍ତିତ ନାମରେ ଜନକଲ୍ୟାଣ ବାର୍ତ୍ତା ରହିଛି।

ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ ଐତିହାସିକ ସ୍ଥାନର ନାମ ପରିବର୍ତ୍ତନ କରାଯାଇସାରିଛି। ରାଜପଥକୁ କର୍ତ୍ତବ୍ୟ ପଥ ଭାବରେ ନାମିତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ୨୦୧୬ ମସିହାରେ ଲୋକ କଲ୍ୟାଣ ମାର୍ଗ ନାମକରଣ କରାଯାଇଥିଲା। ସେହିପରି ସମସ୍ତ ରାଜ୍ୟର ରାଜଭବନ ଓ ରାଜ ନିବାସ ର ନାମ ପରିବର୍ତ୍ତନ କରାଯାଇ ଲୋକଭବନ ଓ ଲୋକ ନିବାସ ବୋଲି ରଖାଯାଉଛି।