ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମାଆ ଓ ପତ୍ନୀ ଶ୍ରେୟାଙ୍କ ବଡ଼ ଖୁଲାସା

ପୁରୁଣା ଅଭିଯୋଗକୁ ଦୋହରାଇଲେ

ଟିଟିଲାଗଡ଼, ୦୭/୧୨: ଓଲିଉଡ଼ର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଏଥିରେ ଓଲିଉଡର ଅନେକ କଳାକାର ଓ ସଙ୍ଗୀତଜ୍ଞମାନେ ଯୋଗ ଦେଇଥିଲେ। ଏହି ସଭାରେ ଯୋଗ ଦେଇ ପୁଣି ସମାନ ଅଭିଯୋଗ ଦୋହରାଇଛନ୍ତି ତାଙ୍କ ମାଆ।

ସେ କହିଛନ୍ତି, “ମୁଁ ଯାହା କହିବା କଥା ଗଣମାଧ୍ୟମରେ କହି ସାରିଛି। ମୁଁ ଯାହା କହି ଦେଇଛି ତାହା ନିରାଟ ସତ୍ୟ ଥିଲା। ମୁଁ FIR କରି ନାହିଁ, କାରଣ ପୁତ୍ର ବିଚ୍ଛେଦରୁ ମୁକୁଳି ପାରିନି। FIR ଦେବି ନା ନାହିଁ ଏଯାଏଁ ଭାବି ପାରିନି। ମୋର ଶେଷ ଭରସା ବୋହୂ ଓ ନାତୁଣୀ ବୋଲି କହିଛନ୍ତି।

ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମଧ୍ୟ ଶାଶୁଙ୍କ ଅଭିଯୋଗକୁ ସତ ବୋଲି କହିଛନ୍ତି। ଶ୍ରେୟା କହିଛନ୍ତି, “ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି, ୮ ବର୍ଷରେ ଝିଅ ବାପାଙ୍କୁ ହରାଇଲା। ମାଆ ଆଗରୁ ଯାହା କହିଛନ୍ତି ସେଥିରେ ଶତପ୍ରତିଶତ ଏକମତ। ଯାହା ଯାହା ନାଁ ନେଇଛନ୍ତି, ଯାହା ଅଭିଯୋଗ କରିଛନ୍ତି ପୂରା ସତ ବୋଲି କହିଛନ୍ତି ଶ୍ରେୟା।

ସୂଚନାଯୋଗ୍ୟ, ପୂର୍ବରୁ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୨ ମ୍ୟାନେଜର, ଜଣେ ଗାୟିକାଙ୍କୁ ଦାୟୀ କରିଥିଲେ ମାଆ।