ଫଳ ବଜାରରେ ଅଗ୍ନିକାଣ୍ଡ

ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ

ବଲାଙ୍ଗୀର, ୦୮/୧୨: ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ହୁତୁହୁତୁ ହୋଇ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଫଳ ଦୋକାନ।

ଜିଲ୍ଲାପାଳଙ୍କ ଅଫିସ୍‌ ପାଖ ପୌର ସଂସ୍ଥାର ଫଳ ବଜାରରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରଚଣ୍ଡ ନିଆଁକୁ ଆୟତ୍ତ ପାଇଁ ୨ଟି ଅଗ୍ନିଶମ ବାହିନୀ ଉଦ୍ୟମ କରିଛନ୍ତି। ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ରହିଛି।