ଭୁବନେଶ୍ୱର, ୦୮/୧୨: ରାଜ୍ୟ ସ୍ତରୀୟ ଦିବ୍ୟାଙ୍ଗ ମହୋତ୍ସବ-୨୦୨୫ ‘ନନ୍ଦିନୀ’ ଅନୁଷ୍ଠାନ ତରଫରୁ ବିପିନ ବିହାରୀ ଚୌଧୁରୀ ସ୍କୁଲ ଡେଫ୍ ଖେଳ ପଡିଆ ଠାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାର ବିଭିନ୍ନ ଦିବ୍ୟାଙ୍ଗ ବିଦ୍ୟାଳୟର ପିଲାମାନଙ୍କ ସହ ସେମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଭାସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ସମାଜସେବୀ କରୁଣାକର ନାୟକ, ପୁରୀ ଗୋବର୍ଦ୍ଧନ ପୀଠର ମହାସଚିବ ପ୍ରଶାନ୍ତ ଆଚାର୍ଯ୍ୟ, ବ୍ରିଙ୍ଗ୍ ସ୍ମାଇଲ୍ ଅଧ୍ୟକ୍ଷା ସୁଚରିତା ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ଆଗାମୀ ଦିନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସମସ୍ତ ସାହାଯ୍ୟ ସହଯୋଗର ହାତ ବଢାଇ ଦେବେ ବୋଲି ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।