ଇଣ୍ଡିଗୋ ସମସ୍ୟା: ଶୀତକାଳୀନ ସମୟସୂଚୀ ୫% ହ୍ରାସ
ସ୍ଥିତି ନିୟନ୍ତ୍ରଣ କରିବେ ୧୦ ଅଧିକାରୀ
ଭାରତର ସର୍ବବୃହତ୍ ବିମାନ କମ୍ପାନୀ ଇଣ୍ଡିଗୋ ଲଗାତାର ଅଷ୍ଟମ ଦିନରେ ସଙ୍କଟ ଦେଇ ଗତି କରୁଛି। ମଙ୍ଗଳବାର ଦିନ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରୁ ପ୍ରାୟ ୧୮୦ ଟି ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ। ଇଣ୍ଡିଗୋ ମଙ୍ଗଳବାର ଦିନ ହାଇଦ୍ରାବାଦରୁ ୫୮ ଟି ଉଡ଼ାଣ ବାତିଲ୍ କରିଛି। ବେଙ୍ଗାଲୁରୁ ବିମାନବନ୍ଦରରେ ୧୨୧ ବିମାନ ଉଡାଣ ବାତିଲ ହୋଇଛି।
ଏହା ବ୍ୟତୀତ, ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ଆଜି ଇଣ୍ଡିଗୋର କାର୍ଯ୍ୟରେ ଗୁରୁତର ବାଧା ଜାରି ରହିଛି। ବିମାନ କମ୍ପାନୀକୁ ଆଇଜିଆଇ ବିମାନବନ୍ଦରରୁ ପରିଚାଳିତ ମୋଟ ୧୫୨ ଟି ଉଡ଼ାଣ ବାତିଲ କରିବାକୁ ପଡିଛି।
ଏହି ସମୟରେ, ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଇଣ୍ଡିଗୋର ଶୀତକାଳୀନ ସମୟସୂଚୀ ୫ ପ୍ରତିଶତ ହ୍ରାସ କରିଛନ୍ତି। ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ମଙ୍ଗଳବାର ଦିନ କହିଛି ଯେ ବ୍ୟାପକ ଉଡ଼ାଣ ବାଧାପ୍ରାପ୍ତ ହେବା ପରେ ଏହା ଡିସେମ୍ବର ୧, ୨୦୨୫ ଠାରୁ ଇଣ୍ଡିଗୋର ଉଡ଼ାଣ ସୂଚୀ 5% ହ୍ରାସ କରିଛି। DGCA ମଙ୍ଗଳବାର ଦିନ ଏକ ନିର୍ଦ୍ଦେଶ ଜାରି କରିଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା DGCAକୁ ଏକ ସଂଶୋଧିତ ସୂଚୀ ଦାଖଲ କରିବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି।
ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍ କମାଇବାକୁ ନିର୍ଦ୍ଦେଶ। ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା। ନୂଆ ନିର୍ଦ୍ଦେଶ ଅନୁସାରେ ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦ କମିବ। ଏଥିସହ ସମସ୍ୟାକୁ ନେଇ ସ୍ଥିତି ନିୟନ୍ତ୍ରଣ କରିବେ କେନ୍ଦ୍ର ସରକାରଙ୍କ ୧୦ ଅଧିକାରୀ। ବିଭିନ୍ନ ବିମାନବନ୍ଦରକୁ ଯାଇ ୧୦ ଅଧିକାରୀ ସ୍ଥିତି ନିୟନ୍ତ୍ରଣ କରିବେ।
୨୦୨୫-୨୬ ଶୀତକାଳୀନ ସୂଚୀର ଅଂଶ ଭାବରେ, ବିମାନ କମ୍ପାନୀ ପ୍ରତିଦିନ ୨୨୦୦ ରୁ ଅଧିକ ଉଡ଼ାଣ ପରିଚାଳନା କରୁଛି। ପ୍ରତିଦିନ ୯୦ ଟି ଘରୋଇ ଏବଂ ୪୦ ରୁ ଅଧିକ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ପ୍ରାୟ ୨୨୦୦ ଉଡ଼ାଣ ପରିଚାଳନା କରୁଛି। ଭାରତର ମୋଟ ଘରୋଇ ଟ୍ରାଫିକର ୬୫% ରୁ ଅଧିକ ବିମାନ ଉଡାଣ ଭରୁଛି। ସୋମବାର ଦିନ ମାତ୍ର ଛଅଟି ମେଟ୍ରୋ ବିମାନବନ୍ଦରରୁ ୫୬୦ରୁ ଅଧିକ ବିମାନ ବାତିଲ କରିଛି ଇଣ୍ଡିଗୋ।
Next Post