କିସ୍‌ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା, ୩ ନାବାଳକ ଅଟକ

୨ ଅଧିକାରୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର, ୧୭/୧୨: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଖବର ସାମନାକୁ ଆସିଛି। କିସ୍ ଛାତ୍ରଙ୍କୁ ସହପାଠୀ ମାନେ ତଣ୍ଟି ଚିପି ହତ୍ୟା କରିଥିବା ଭଳି ଖବର ଜଣାପଡ଼ିଛି।

ଗତ ୧୨ ତାରିଖରେ ସହପାଠୀ ମାନେ ନବମ ଶ୍ରେଣୀରେ ପଢିଥିବା ଶିବ ମୁଣ୍ଡାଙ୍କୁ ହତ୍ୟା କରିଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ। ପ୍ରଥମେ ଡାଲିକୁ ନେଇ ଗଣ୍ଡଗୋଳ ହୋଇଥିଲା। ପରେ ବାଥରୁମରେ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ‌। ୩ ଛାତ୍ରଙ୍କୁ ଅଟକ ରଖି ଇନ୍‌ଫୋସିଟି ଥାନା ପୋଲିସ ତଦନ୍ତ କରୁଛି। ଜିରୋ FIRରେ କେସ୍ କରିଥିଲା ଇନ୍‌ଫୋସିଟି ଥାନା ପୋଲିସ। ୨ ଜଣ ଅଧିକାରୀଙ୍କୁ ମଧ୍ୟ ଇନ୍‌ଫୋସିଟି ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଛି। ୨ ଜଣ ଅଧିକାରୀ କିଏ, ତାହା ସ୍ପଷ୍ଟ ହୋଇପାରି ନାହିଁ।

ତେବେ ଛାତ୍ରଙ୍କ ଘର କେନ୍ଦୁଝର ହୋଇଥିବା ବେଳେ ତାଙ୍କ ମୃତ୍ୟୁ ଖବର ଦିଆନଯାଇ ପରିବାରକୁ କୁହାଯାଇଥିଲା ଯେ, ପୁଅର ଗୋଡ଼ ଭାଙ୍ଗି ଯାଇଛି। ତେଣୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଛାତ୍ରଙ୍କ ବାପା ଭୁବନେଶ୍ୱର ଆସି ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ।

ଯାହା ପରେ ମୃତ୍ୟୁକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା ଏବଂ ତଦନ୍ତ ଦାବି କରାଯାଇଥିଲା। ତଦନ୍ତ ପରେ ହତ୍ୟା କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।