ଭୁବନେଶ୍ୱର, ୧୭/୧୨: ରାଜଧାନୀରେ ଶୀତ ରାତିରେ ଘର ମାଲିକଙ୍କ ନିର୍ଯାତନା। ଭଡାଟିଆଙ୍କ ଉପରେ ଚଳାଇଲେ ମନମାନି। ଘରେ ଭଡାଟିଆ ନଥିବା ବେଳେ ଘରୁ ଜିନିଷ ବାହାର କରିଦେଲେ ମାଲିକ। ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ଡମଣାରେ।
ଭୁବନେଶ୍ୱର ଡମଣାରେ ଘର ଭଡ଼ା ନେଇ ସପରିବାର ରୁହନ୍ତି ସୌମ୍ୟଜିତ ମହାପାତ୍ର। କିଛି ମାସ ତଳେ ଘର ଭଡାକୁ ନେଇ ମାଲିକଙ୍କ ସହ ସୌମ୍ୟଜିତଙ୍କ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ବୁଝାମଣା ମୁତାବକ ଏହି ମାସ ଶେଷରେ ଘର ଛାଡିବାକୁ କୁହାଯାଇଥିଲା। ହେଲେ ଘରେ କେହି ନଥିବା ବେଳେ ମାଲିକ ଘରୁ ଜିନିଷ କାଢ଼ି ଦେଇଥିବା ଅଭିଯୋଗ କରିଛନ୍ତି ସୌମ୍ୟଜିତ। ତେଣୁ ପତ୍ନୀ ଓ ବୁଢ଼ୀ ମା’ଙ୍କୁ ନେଇ ରାତି ସାରା ଘର ବାହାରେ ବସି ରହିଲେ। ଏ ନେଇ ଘର ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।