ରାୱଲପିଣ୍ଡି, ୨୦/୧୨: ପାକିସ୍ତାନର ତୋଶାଖାନା ୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦିଆଯାଇଛି।
୨୦୨୧ରେ ସାଉଦି ଯୁବରାଜଙ୍କ ଠାରୁ ପାଇଥିବା ଏକ ବୁଲଗାରି ଅଳଙ୍କାର ସେଟ୍ କୁ ନେଇ ଦୁର୍ନୀତି ସହ ଜଡ଼ିତ ମାମଲାରେ ପାକିସ୍ତାନ କୋର୍ଟ ଏହି ରାୟ ଶୁଣାଇଛନ୍ତି। ରାୱଲପିଣ୍ଡିର ଉଚ୍ଚ ସୁରକ୍ଷା ସମ୍ପନ୍ନ ଆଡିଆଲା ଜେଲରେ ସ୍ୱତନ୍ତ୍ର କୋର୍ଟ ବିଚାରପତି ଶାହରୁଖ ଅର୍ଜୁମନ୍ଦ ଏହି ମାମଲାର ରାୟ ଶୁଣାଇଛନ୍ତି। କୋର୍ଟ ସେମାନଙ୍କ ଉପରେ ୧ କୋଟି ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।