ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ, ଅବସରପ୍ରାପ୍ତ କର୍ମଚାରୀ ସଂଘର ୫ମ ବାର୍ଷିକ ସମାରୋହ

ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର, ୨୫/୧୨: ମଙ୍ଗଳବାର ଅବସରପ୍ରାପ୍ତ କର୍ମଚାରୀ ସଂଘ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱରର ୫ମ ବାର୍ଷିକ ପ୍ରତିଷ୍ଠା ଦିବସ ହାଉସିଂବୋର୍ଡ ଛକ ନିକଟସ୍ଥ ବୁଦ୍ଧ ମନ୍ଦିର, ପ୍ରେକ୍ଷାଳୟରେ ମହାସମାରୋହରେ ଶ୍ରୀଯୁକ୍ତ ଜୟନ୍ତ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ରଥ ସମସ୍ତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ।

ସଭା କାର୍ଯ୍ୟ ପ୍ରାରମ୍ଭରେ ଇହଲୀଳା ସମ୍ବରଣ କରିଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଉକ୍ତ ସଭାରେ ପ୍ରଫେସର ଡକ୍ଟର ଶ୍ରୀଯୁକ୍ତ ନିହାର ରଂଜନ ପଟ୍ଟନାୟକ, ବିଶିଷ୍ଟ ଐତିହାସିକ, ଗବେଷକ ତଥା ପରିଷଦର ପୂର୍ବତନ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଦର୍ଶ ମନୁଷ୍ୟ ଭାବରେ ଅବସର ଜୀବନ ବିତାଇବା ପାଇଁ ଦିଗ୍‌ଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମଧୁମାଧବ ଜେନା, ବରିଷ୍ଠ ଓକିଲ ତଥା ସଭାପତି, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ସଭାରେ ଯୋଗଦେଇ ଅବସର ଜୀବନ ହସଖୁସିରେ ବିତାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସଭାର ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଯୁଗଳ କିଶୋର ସାହୁ, ସାଧାରଣ ସଂପାଦକ, ରାଜ୍ୟ ବରିଷ୍ଠ ମହାସଂଘ, ତାଙ୍କର ଅଭିଭାଷଣରେ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ପ୍ରକାରର ସାହାଯ୍ୟ ଏବଂ ମୌଳିକ ସୁବିଧା ଗୁଡିକ ଯୋଗାଇ ଦେବାକୁ ଉକ୍ତ ସଭାରେ ସରକାରଙ୍କ ନିକଟରେ ଦାବି କରିବାକୁ ପ୍ରତିଶୃତି ଦେଇଥିଲେ ।

ଉକ୍ତ ସଭାରେ ସଂଘର ଉପଦେଷ୍ଟା ତଥା ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସେନାପତି ତାଙ୍କର ଅଭିଭାଷଣରେ କର୍ମରୀମାନଙ୍କର ବିଭିନ୍ନ ଦାବି ଉପସ୍ଥାପନା କରିବା ସହିତ ବିଗତ ଦିନର ସ୍ମୃତିଚାରଣ କରିଥିଲେ । ସଂଘର ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀଯୁକ୍ତ ଧୀରେନ୍ ମଲ୍ଲିକ, ଉପସଭାପତି ଧନ୍ୟବାଦ ଅର୍ପଣ କରିବା ସହିତ ଅତିଥିମାନଙ୍କର ତଥା ଅବସରପ୍ରାପ୍ତ କର୍ମରୀମାନଙ୍କର ସଦୟ ଉପସ୍ଥିତି ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିସହିତ ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମିଶ୍ର ଏବଂ ଶ୍ରୀଯୁକ୍ତ ଚକ୍ରଧର ସାହୁ, କୋଷାଧ୍ୟକ୍ଷ ଏବଂ ଶ୍ରୀଯୁକ୍ତ ଚକ୍ରଧର ଦାସ, ସହସମ୍ପାଦକ ଉକ୍ତ ସଭାର ସମସ୍ତ ଆୟୋଜନ କରିଥିଲେ । ପରିଶେଷରେ ଉକ୍ତ ପ୍ରତିଷ୍ଠା ଦିବସ ମହାସମାରୋହରେ ଶତାକ ଅବସରପ୍ରାପ୍ତ କର୍ମପ୍ଟରୀ ତଥା ସେମାନଙ୍କର ପରିବାରବର୍ଗ ଯୋଗଦେଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।