ଭୁବନେଶ୍ୱର, ୨୭/୧୨: ପର୍ଯ୍ୟଟକଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ। ଶିଖରଚଣ୍ଡୀରେ ବୁଲାବୁଲି ଓ ଭୋଜିଭାତକୁ ବନ୍ଦ କରାଯାଇଛି। ୨ ହାତୀ ବୁଲୁଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଶିଖରଚଣ୍ଡୀ ମନ୍ଦିରର ପ୍ରବେଶ ଗେଟ୍ ରେ ତାଲା ପକାଇଛି ବିଭାଗ। ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିଖରଚଣ୍ଡୀ ପାଇଁ କଟକଣା ଜାରି କରାଯାଇଛି। ଲୋକଙ୍କ ସୁରକ୍ଷା ନେଇ ଇନ୍ଫୋସିଟି ଥାନାକୁ ଅବଗତ କଲା ବନ ବିଭାଗ।
ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ୨ ଦନ୍ତା ହାତୀ ବୁଲିବା ଘଟଣାକୁ ତତ୍ପରତା ଦେଖାଇଛି ବନ ବିଭାଗ। ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ। ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ହେଉଥିଲା ପର୍ଯ୍ୟଟକଙ୍କ ଭିଡ଼। ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ।