ସିରିଆ, ୨୯/୧୨: ରବିବାର ସିରିଆର ଉପକୂଳରେ ଆଲାୱିଟ୍ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରଦର୍ଶନକାରୀ ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଘଟିଛି। ଏଥିରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।
ହୋମ୍ସ ସହରର ଏକ ଆଲାୱିଟ୍ ମସଜିଦରେ ପ୍ରାର୍ଥନା ସମୟରେ ବିସ୍ଫୋରଣ ଘଟି ଆଠ ଜଣଙ୍କର ମୃତ୍ୟୁ ଏବଂ ୧୮ ଜଣ ଆହତ ହେବାର ଦୁଇ ଦିନ ପରେ ଏହି ସଂଘର୍ଷ ଘଟିଛି। ହଜାର ହଜାର ପ୍ରଦର୍ଶନକାରୀ ଉପକୂଳବର୍ତ୍ତୀ ସହର ଲାଟାକିଆ ଏବଂ ଟାର୍ଟୋସ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଏକତ୍ରିତ ହୋଇଥିଲେ।
ସିରିଆର ଦୀର୍ଘକାଳୀନ ନେତା, ଯିଏକି ମୁସଲିମ ଆଲାୱିଟ ସଂଖ୍ୟାଲଘୁ ସମ୍ପ୍ରଦାୟର, ତାଙ୍କୁ ଗତ ବର୍ଷ କ୍ଷମତାରୁ ବହିଷ୍କାର କରାଯାଇଥିଲା ଏବଂ ତାଙ୍କ ସ୍ଥାନରେ ଏକ ସୁନ୍ନି ନେତୃତ୍ୱାଧୀନ ସରକାର ଗଠିତ ହୋଇଥିଲା। ସେବେଠାରୁ, ସିରିଆରେ ଅନେକ ସାମ୍ପ୍ରଦାୟିକ ହିଂସା ଘଟୁଛି।
ରବିବାର ଦିନ ଲାଟାକିଆ ସହରରେ ହଜାର ହଜାର ଆଲାୱିଟ୍ ପ୍ରଦର୍ଶନକାରୀ ଏକତ୍ରିତ ହୋଇ ଆଲାୱିଟ୍ ବନ୍ଦୀଙ୍କୁ ମୁକ୍ତ କରିବା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନ ଆରମ୍ଭ ହେବାର ଦୁଇ ଘଣ୍ଟା ପରେ, ସୁରକ୍ଷା ବାହିନୀ ଫାଙ୍କା ଗୁଳି ଚଳାଇଥିଲେ, ଯାହା ପରେ ପ୍ରଦର୍ଶନ ହିଂସାତ୍ମକ ମୋଡ଼ ନେଇଥିଲା।