୭ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ

ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ

ସମ୍ବଲପୁର, ୨୯/୧୨: ଶ୍ରୀ ଯୁଧିଷ୍ଠିର, ବଢାଇ, ସିନିୟର ସେକ୍ସନ ଇଞ୍ଜିନିୟର/ପି/ସମ୍ବଲପୁର, ଶ୍ରୀ ଗୋପାଳଜୀ ଝା, ଗୁଡ୍ସ ଟ୍ରେନ ମ୍ୟାନେଜର, ଟିଟଲାଗଡ଼, ଶ୍ରୀ ମୁନ୍ନା କୁମାର, ସିନିୟର ଗୁଡ୍ସ ଟ୍ରେନ ମ୍ୟାନେଜର, ସମ୍ବଲପୁର ସିଟି, ଶ୍ରୀ ଋଷିକାନ୍ତ ମାହାତୋ, ସିନିୟର ଗୁଡ୍ସ ଟ୍ରେନ ମ୍ୟାନେଜର, ସମ୍ବଲପୁର ସିଟି, ଶ୍ରୀ ଡି କେ ସିଂହ, ଷ୍ଟେସନ ସୁପରିଟେଣ୍ଡେଣ୍ଟ, ମହାସମୁନ୍ଦ, ଶ୍ରୀ ଜିତେନ୍ଦ୍ର କୁମାର, ସିନିୟର ଟେକ୍ନିସିଆନ୍/ସିଗନାଲ, ସମ୍ବଲପୁର ସିଟି ଏବଂ ଶ୍ରୀ ସୁଜିତ କୁମାର, ସିନିୟର ସେକ୍ସନ ଇଞ୍ଜିନିୟର/ଟେଲି/ସମ୍ବଲପୁର ସିଟିଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତା ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।

ସେମାନଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ,ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସନସନୱାଲ, ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ସମନ୍ୱୟ),ଶ୍ରୀ ତତ୍ତ୍ୱଦର୍ଶୀ ସାହୁ, ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ, ଶ୍ରୀ ଅଖିଳେଶ ତ୍ରିପାଠୀ, ସିନିୟର ଡିଭିଜନାଲ ସିଗନାଲ ଏବଂ ଟେଲିକମ୍ ଇଞ୍ଜିନିୟର, ଶ୍ରୀ ପ୍ରଭାତ କୁମାର, ବରିଷ୍ଠ ମଣ୍ଡଳ ନିରାପତ୍ତI ଅଧିକାରୀ, ଶ୍ରୀ ସମ୍ବିତ ସୌରଭ ନାୟକ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।