ସୈନିକ ସ୍କୁଲ ପୁରାତନ ଛାତ୍ର ସଂଘର ୫୪ତମ ବାର୍ଷିକ ବନ୍ଧୁ ମିଳନ
୧୯୭୫ ବ୍ୟାଚର ଛାତ୍ର ସ୍ୱର୍ଣ୍ଣଜୟନ୍ତୀ ଓ ୨୦୦୦ ମସିହା ବ୍ୟାଚ୍ ରୌପ୍ୟ ଜୟନ୍ତୀ ପାଳନ କଲେ
ଭୁବନେଶ୍ୱର, ୨୯/୧୨: ସୈନିକ ସ୍କୁଲ ଭୁବନେଶ୍ୱରର ପୁରାତନ ଛାତ୍ର ସଂସଦର ୫୪ ତମ ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ୧୯୬୨ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନର ପୁରାତନ ଛାତ୍ରଗଣ ଭାରତର ବିଭିନ୍ନ ପ୍ରାନ୍ତ ତଥା ବିଦେଶରେ କାର୍ଯ୍ୟରତ ସପରିବାରେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରାତନ ଛାତ୍ର ଲେ. ଜେନେରାଲ ଜୟନ୍ତ କୁମାର ମହାନ୍ତି ସମସ୍ତ କର୍ମଚାରୀ, କ୍ୟାଡେଟ୍ ଓ ଛାତ୍ର ସଂସଦର ଉପସ୍ଥିତିରେ ସହିଦ ପାର୍କଠାରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍କୁଲର ୧୭ଜଣ ସହିଦଙ୍କୁ ସମ୍ମାନ ଜଣାଇଥିଲେ । ଏହାପରେ ବିଜୁପାର୍କ ଠାରେ ୧୯୭୫ ବ୍ୟାଚର ଛାତ୍ର ସ୍ୱର୍ଣ୍ଣଜୟନ୍ତୀ ଓ ୨୦୦୦ ମସିହା ବ୍ୟାଚ୍ ରୋପ୍ୟ ଜୟନ୍ତୀ ପାଳନ କରିବା ସହ ସ୍କୁଲରେ ତାଙ୍କୁ ଶିକ୍ଷାଦାନ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିଥିଲେ । ଏହାସହ ପୁରାତନ ଛାତ୍ରଙ୍କ ଉଦ୍ୟମରେ ଏକ ନିଃଶୁକ୍ଳ ସ୍ୱାସ୍ଥ୍ୟ ପରିକ୍ଷଣ ଓ ରକ୍ତଦାନ ଶିବିର, ବ୍ୟବସାୟିକ ଓ ସ୍ୱାସ୍ଥ୍ୟ ଜନିତ ଷ୍ଟଲ, ବର୍ତ୍ତମାନର କ୍ୟାଡେଟ୍ ଓ ପୁରରାତନ ଛାତ୍ରଙ୍କ ମଧ୍ୟରେ ବାସ୍କେଟ୍ ବଲ୍ ପ୍ରତିଯୋଗିତା, ତାମ୍ବୋଲା, ଗ୍ରାଣ୍ଡ୍ ମ୍ୟୁଜିକାଲ ନାଇଟ୍ ଏବଂ ସ୍କୁଲର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ଦିନରେ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ମଧୁ ସୂଦନ ପାଢ଼ୀ ଆଇ.ଏ.ଏସ୍. (ଅ.ପ୍ରା) ନିର୍ବାଚନ କମିସନର ଓଡ଼ିଶା ସଂମ୍ପାଦକ, କମାଣ୍ଡର ଦିନେଶ ସ୍ୱାଇଁ । କର୍ଣ୍ଣଲ ସୌରେନ୍ଦ୍ର କୁମାର ମହାପାତ୍ର କୋଷାଧ୍ୟକ୍ଷ, ଶ୍ରୀ ଅମୃତ କୁମାର ପୃଷ୍ଟି ଉପସଂପାଦକ, ଶ୍ରୀ ତାପସ ରଞ୍ଜ ଧଳସାମନ୍ତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହ ସହ ସ୍କୁଲର ପ୍ରିନ୍ସିପାଲ୍ କର୍ଣ୍ଣଲ ପଙ୍କଜ କୁମାର, ଭାଇସ୍ ପ୍ରିନ୍ସିପାଲ କମାଣ୍ଡର ମନୋରମା ପୋଖରିଆ, ପ୍ରଶାସନିକ ଅଧିକାରୀ ଲେ. କର୍ଣ୍ଣଲ ପ୍ରୀତମ ଗଜାନନ କାମ୍ବଲେ ଓ ସମସ୍ତ କର୍ମଚାରୀ, ଅବିଭାବକ ଓ ଛାତ୍ରଛାତ୍ରୀ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।