ମାଓ ଦମନ ପାଇଁ ମିଳିତ ଅପରେସନ

ନୂଆପଡା: ଆକ୍ସନ ମୁଡ ରେ ସୁରକ୍ଷା ବାହିନୀ। ମାଓବାଦୀଙ୍କୁ ମାତ୍ ଦେବାକୁ ଚାଲିଛି ତୁହାକୁ ତୁହା ଅପରେସନ।ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ଗ୍ରାମପଂଚାୟତର ପାଟଧରା ସଂରକ୍ଷିତ ଜଙ୍ଗଲରେ ନିର୍ମାଣାଧୀନ ରାସ୍ତା କାମ ସୁରକ୍ଷାରେ ନିୟୋଜିତ ହୋଇଥିବା ତିନିଜଣ ସିଆରପିଏଫ ଯବାନ ମାଓବାଦୀଙ୍କ ଗୁଳିରେ ସହୀଦ ହେବାପରେ ଏବେ ସୁରକ୍ଷା ବାହିନୀ ଆକ୍ସନ ମୁଡ଼ରେ ।

ନୂଆପଡ଼ା ଜିଲ୍ଲାରେ ପ୍ରଥମକରି ଯବାନମାନଙ୍କ ଉପରକୁ ମାଓବାଦୀମାନେ ମୋଟାର ଲଞ୍ଚର ଦ୍ବାରା ଆକ୍ରମଣ କରିଥଲେ।ଗତକାଲି ଆଇଜି ଅପରେଶନ ଅମିତାଵ ଠାକୁର ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ୍ ଏଡିଜି ନୀତିନ ଅଗ୍ରୱାଲ,ଆଇଜି ଏସ. କେ. ମହାନ୍ତି, ଡିଆଇଜି ବିନୋଦ କୁମାର, କମାଣ୍ଡେଣ୍ଟ ରାଜେଶ ବତ୍ସ, ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ଟିମ ଘଟଣାର ଅନୁଧ୍ୟାନ ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଗ୍ରାଉଣ୍ଡ ଜିରୋରେ ଟପ୍ ପୋଲିସ ଅଧିକାରୀ ସ୍ଥିତିର ସମୀକ୍ଷା ସହ ମିଳିତ ଅପରେଶନର ତଦାରଖ କରିଛନ୍ତି।

ଗୁଳିର ଜବାବ ଗୁଳିରେ ଦିଆଯିବ । ଆଗକୁ ମାଓବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ପଡୋଶୀ ଛତିଶଗଡ଼ ଓ ଓଡ଼ିଶା ପୋଲିସର ମିଳିତ ଭାବେ କୁମ୍ବିଂ ଅପରେଶନକୁ ଜୋରଦାର କରାଯିବ ବୋଲି ଆଇଜି ଅପରେସନ ଅମିତାଭ ଠାକୁର କହିଛନ୍ତି।

ତେବେ ଗୁରବାର ଦିନ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ବଡ ଧରଣର ଅପରେସନ ପାଇଁ ପ୍ରସ୍ତୁତ ହେବାକୁ ଥିବା ମାଓ କ୍ୟାମ୍ପ କୁ ଧ୍ଵଂସ କରିଛନ୍ତି SOG ଓ DVF। କଳାହାଣ୍ଡି, କନ୍ଧମାଳ ଜଙ୍ଗଲ ମଦନପୁର ରାମପୁର ର ମୁଣ୍ଡମସ୍କା ଜଙ୍ଗଲରେ ସର୍ଚ୍ଚ ବେଳେ ଲାଇଟ୍ ମେସିନ ଗନରେ ଗୁଲି ବର୍ଷା କରିଥିଲେ ମାଓବାଦୀ।

ଏହାର ଜବାବ ରେ AK 47 , UBGL ବା ଅଣ୍ଡର ବ୍ୟରେଲ ଗ୍ରେନେଡ ଲାଞ୍ଚର୍ ରେ ଫାୟର କରିଥିଲେ SOG o DVF। ଅପରେସନ r ନେତୃତ୍ୱ ନେଉଛନ୍ତି କଳାହାଣ୍ଡି ଏସପି ଅଭିଳାଷ G। ଷ୍ଟେଟ କମିଟି ମେମ୍ବର ନିଖିଲ, ଡିଭିଜନାଲ କମିଟି ମେମ୍ବର ଦସୁରୁ କାର୍ତ୍ତିକ, DCM ମମତା ସମେତ 30 ମାଓବାଦୀ ଥିଲେ। ସେହି ଅଞ୍ଚଳରେ KKBN ର ଦବ୍ ଦବା ରହିଛି।