ପାରିବାରିକ କଳହରୁ ରାଇମୋହନଙ୍କ ଆତ୍ମହତ୍ୟା ନିଷ୍ପତ୍ତି !

ଭୁବନେଶ୍ୱର: ପାରିବାରିକ କଳହ ପାଇଁ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କିନ୍ତୁ ସେଇ ପାରିବାରିକ କଳହ ଥିଲା ତାହା ଏବେବି ଅସ୍ପଷ୍ଟ । ସେନେଇ ପୋଲିସର ଖୋଳତାଡ ଜାରି ରହିଛି। ପ୍ରାଥମିକ ସୁଚନା ଅନୁସାରେ । ୧୦ ରୁ ୧୦.୩୦ ମଧ୍ୟରେ ରାଇମୋହନଙ୍କ ବଡ଼ ଝିଅ ଓ ପତ୍ନୀ କୌଣସି ଏକ କାମରେ କଟକ ଯାଇଥିଲେ ।

କିଛି ସମୟ ପରେ ରାଇମୋହନ ତାଙ୍କ ଫ୍ୟାମିଲ ଗ୍ରୁପରେ ଗୁଡ଼ ବାଏ ମେସେଜ ଦେଇଥିଲେ। ପରେ ତାଙ୍କ ଝିଅ ମେସେଜର ରିପ୍ଲାଏ ମଧ୍ଯ ଦେଇଥିଲେ ହେଲେ ରାଇମୋହନ ଆଉ ଉତ୍ତର ଦେଇ ନଥିଲେ । ପରେ ଝିଅ କଲ କରିଥିଲେ କିନ୍ତୁ ସେପଟୁ ଉତ୍ତର ମିଳିନଥିଲା । ବଡ଼ ଝିଅ ପାଖରେ ରହୁଥିବା ପୁତୁରାଙ୍କୁ ଏ ବାବଦରେ ଜଣାଇଥିଲେ । ସେ ଆସି ଦେଖିଥିଲେ ଗ୍ରୀଲ ଦିଆଯାଇଛି ହେଲେ ଘରର କବାଟ ସବୁ ଖୋଲା ରହିଛି ।

ଆଉ ପରେ ଯାହା ଦେଖିଲେ ତାଙ୍କ ମୁଣ୍ଡ ଘୁରେଉଦେଲା । ରାଇମୋହନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସଙ୍ଗେ ସଙ୍ଗେ ବଡ଼ ଝିଅକୁ କଲ କରି କହିଥିଲେ ଏବଂ ପୋଲିସକୁ ମଧ୍ୟ ଜଣାଇ ଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିଲା ବେଳକୁ ରାଇମୋହନ ଙ୍କୁ ଝୁଲନ୍ତା ଅବସ୍ଥା ରୁ ଓଲ୍ହାଇ ଦିଆଯାଇଛି। ତେବେ ଆତ୍ମହତ୍ୟା ପଛର କାରଣ କଣ । କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ରାଇମୋହନ ସେଇ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି । ଏ ନେଇ ପୋଲିସର ଖୋଳତାଡ଼ ଜାରି ରହିଛି।