ଭୁବନେଶ୍ୱର, ୩୧/୧୨: PUCC ପାଇଁ ଧାଁ ଦୌଡ଼। କିଏ ପଲ୍ୟୁସନ୍ ପାଇଁ ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଛନ୍ତି ତ କିଏ ଫାଇନ୍ ଭରିବାକୁ ଭିଡ଼ ଲଗାଇଛି। ଏହା ଭିତରେ ବଡ଼ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
PUCC ଅବଧି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ। ଲୋକଙ୍କ ଅସୁବିଧାକୁ ଦେଖି ନିଷ୍ପତ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଏପ୍ରିଲ ୧ରୁ କଡ଼ାକଡ଼ି ଯାଞ୍ଚ ହେବ। ପୂର୍ବରୁ ଜାନୁଆରୀରୁ ଫେବୃଆରୀ ଯାଏଁ ଅବଧି ବୃଦ୍ଧି କରାଯାଇଥିଲା।
ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି। ନୂଆ ପଲ୍ୟୁସନ ଟେଷ୍ଟିଙ୍ଗ ସେଣ୍ଟର ଖୋଲିବା ପାଇଁ ଆବେଦନ କଲେ ୨୪ ଘଣ୍ଟା ମଧ୍ୟରେ ମିଳିବ ଲାଇସେନ୍ସ। ଯେଉଁ ମାନେ PUCC ସାର୍ଟିଫିକେଟ ପାଇଁ ସାରିଛନ୍ତି, ସେମାନ RTO ରୁ ଗ୍ରୀନ ଷ୍ଟିକର ପାଇବେ। ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ।