ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେଲେ ଅନୁ ଗର୍ଗ

ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ନେଲେ

ଭୁବନେଶ୍ୱର, ୩୧/୧୨: ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି। ବିଦାୟୀ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ବ ନେଇଛନ୍ତି।

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲା ପରେ ଅନୁ ଗର୍ଗ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ପାଇଁ ଏହା ବଡ଼ ଦାୟିତ୍ବ, ସୁଯୋଗ ବି ରହିଛି। ରାଜ୍ୟର ପ୍ରଗତି ଆମର ମୂଳ ଲକ୍ଷ୍ୟ। ୨୦୩୬ ଭିଜନ୍ ଡକ୍ୟୁମେଣ୍ଟକୁ କାର୍ଯ୍ୟକାରୀ କରିବୁ। ୨୦୪୭ରେ ଦେଶ କିପରି ଲକ୍ଷ୍ୟ ପଥରେ ପହଞ୍ଚିବ କାର୍ଯ୍ୟ କରିବୁ। ସ୍ବପ୍ନର ଓଡ଼ିଶା ଗଠନ କରିବା ପାଇଁ ସମସ୍ତେ ମିଶି କାମ କରିବା। ଆଗାମୀ ଦିନରେ ବହୁତ ଚ୍ୟାଲେଞ୍ଜ୍‌ ରହିଛି, ସମାଧାନ କରିବା। ଇଜ୍‌ ଅଫ୍‌ ଡୁଇଙ୍ଗ ବିଜିନେସ୍‌କୁ ଗୁରୁତ୍ବ ଦିଆଯିବ। ଯୁବା ସଶକ୍ତୀକରଣ, ଟୁରିଜିମ୍‌, ଅନ୍ୟାନ୍ୟ କ୍ଷେତ୍ରକୁ ଗୁରୁତ୍ବ ଦେବା।