ଭୁବନେଶ୍ୱର, ୧୦/୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ ବେଳେ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ଗୋଟିଏ ଫ୍ଲାଟ୍ ସମେତ ୭ଟି ମୂଲ୍ୟବାନ ପ୍ଲଟ୍, ୨୧୨ ଗ୍ରାମ ସୁନା ଏବଂ ବ୍ୟାଙ୍କ ଜମାରେ ୧ କୋଟି ୪୬ ଲକ୍ଷ ଟଙ୍କା ଠାବ ହୋଇଛି। ଏହାବ୍ୟତୀତ ତାଙ୍କ ନିକଟରୁ ୧ ଲକ୍ଷ ୨୯ ହଜାର ଟଙ୍କା ନଗଦ ମିଳିଛି। କିନ୍ତୁ ଏସବୁ ସମ୍ପତ୍ତିର ସଠିକ୍ ହିସାବ ଦେଇପାରିନଥିଲେ ପ୍ରସନ୍ନ। ଯାହା ପରେ ତାଙ୍କୁ ଗିରଫ କରାଯାଇଛି।
Prev Post