କୁଲ୍ଲୁ: ଚଳିତ ବର୍ଷର ଶେଷ ଆଡକୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେବଳ ତାରିଖ ଘୋଷଣାକୁ ବାକି ରହିଛି। କିନ୍ତୁ ରାଜନୈତିକ ମାହୋଲ ପୂରା ସରଗରମ ରହିଛି। ଏହା ମଧ୍ୟରେ ସବୁଠୁ ବଡ ଖବର ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜେପିର ପାଇଁ ପ୍ରଚାର କରିବେ। ପାର୍ଟି ତରଫରୁ ତାଙ୍କୁ ଷ୍ଟାର କ୍ୟାମ୍ପେନର ଘୋଷିତ କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହାର ସୂଚନା ଦେଇଛନ୍ତି।
କୁଲ୍ଲୁ ଦଶହରା ସମାପନ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସମ୍ବୋଧନରେ କହିଥିଲେ ଯେ, ବିଧାନସଭା ନିର୍ବାଚନରେ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ବିଜେପି ପାଇଁ ପ୍ରଚାର କରିବେ। ରାଲିଗୁଡିକରେ ସେ ଆମର ଷ୍ଟାର ପ୍ରଚାରକ ରହିବେ। ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଅଚାନକ ମନାଲିର ସିମସାରେ କଙ୍ଗନା ରଣାଓ୍ଵତଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହିତ ମନ୍ତ୍ରୀ ଗୋବିନ୍ଦ ଠାକୁର ମଧ୍ୟ ଥିଲେ।