ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ୪୦ ମୃତ

ଭେନେଜୁଏଲା ନ ଯିବାକୁ ପରାମର୍ଶ ଦେଲା ଭାରତ

ହେଲ୍ପଲାଇନ ନମ୍ୱର ଜାରି କଲା ଭାରତୀୟ ଦୂତାବାସ

କାରାକାସ, ୦୪/୦୧: ଭେନେଜୁଏଲାରେ ଏକ ବଡ଼ ଧରଣର ଆମେରିକା ଏୟାର ଷ୍ଟ୍ରାଇକ୍ କରିବା ପରେ ଏଥିରେ ସାଧାରଣ ନାଗରିକ ଏବଂ ସୈନିକଙ୍କ ସମେତ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ଆମେରିକୀୟ ସେନା ମାଦୁରୋଙ୍କୁ ଗିରଫ କରି ଦେଶରୁ ବାହାର କରି ନ୍ୟୁୟର୍କ ନେଇ ଯାଇଛନ୍ତି।

ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିଜ ନାଗରିକଙ୍କ ପାଇଁ ଭେନେଜୁଏଲା ନ ଯିବାକୁ ଆଡ୍‌ଭାଇଜରି ଜାରି କରାଯାଇଛି। ସମସ୍ତ ଯାତ୍ରା ଏଡ଼ାଇବା ପାଇଁ ଭାରତୀୟ ନାଗରିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି ମନ୍ତ୍ରଣାଳୟ। ଭେନେଜୁଏଲାରେ ରହୁଥିବା ଭାରତୀୟ ସତର୍କତାରେ ରହିବାକୁ ପରାମର୍ଶ ଦେଇଛି ଭାରତ। ଏଥି ସହ କାରାକାସରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସର ଇମେଲ୍ ଆଇଡି [email protected] ଏବଂ ଏକ ଜରୁରୀକାଳୀନ ଫୋନ୍ ନମ୍ବର + 58-412-9584288 (ହ୍ୱାଟ୍ସଆପ୍ କଲ୍ ମଧ୍ୟ ଉପଲବ୍ଧ) ଜାରି କରାଯାଇଛି।