ଢାକା, ୦୫/୦୧: ସୋମବାର ସନ୍ଧ୍ୟାରେ ବାଂଲାଦେଶର ଜଶୋର ଜିଲ୍ଲାରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ଗୁଳି କରି ହତ୍ୟା କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ଘଟଣା ସନ୍ଧ୍ୟା ପ୍ରାୟ ୫:୪୫ ସମୟରେ ମଣିରାମପୁର ଉପଜିଲ୍ଲାର ୧୭ ନମ୍ବର ୱାର୍ଡର କୋପାଳିଆ ବଜାରରେ ଘଟିଛି।
ବାଂଲାଦେଶରେ, କଟ୍ଟରପନ୍ଥୀମାନେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରିଛନ୍ତି। ରାଣା ପ୍ରତାପ ବୈରାଗୀଙ୍କୁ କଟ୍ଟରପନ୍ଥୀମାନେ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା କରିଛନ୍ତି। ରାଣା ପ୍ରତାପ ବୈରାଗୀ ବାଂଲାଦେଶର ଜେସୋର ଜିଲ୍ଲାର ବାସିନ୍ଦା ଥିଲେ। ସ୍ଥାନୀୟ ଏକ ବଜାରରେ ସର୍ବସମ୍ମୁଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଣା ବୈରାଗୀଙ୍କ ହତ୍ୟା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଏବଂ ବାଂଲାଦେଶୀ ହିନ୍ଦୁମାନେ ନିଜ ସୁରକ୍ଷାକୁ ନେଇ ଭୟଭୀତ ଅଛନ୍ତି।
ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ରାଜନୈତିକ ଅସ୍ଥିରତା ଏବଂ ମୌଳବାଦୀ ଶକ୍ତିର ବୃଦ୍ଧି ମଧ୍ୟରେ, ଡିସେମ୍ବର ୨୦୨୫ ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଅନେକ ଘଟଣାରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି।
ଗତ ତିନି ସପ୍ତାହ ମଧ୍ୟରେ ପୃଥକ ହିଂସାତ୍ମକ ଘଟଣାରେ ବାଂଲାଦେଶର ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଏଭଳି ଘଟଣା ପଞ୍ଚମ ଥର ପାଇଁ ଘଟିଲାଣି। ଦେଶବ୍ୟାପୀ ଅଶାନ୍ତି ଏବଂ ପ୍ରତିବାଦ ଜାରି ରହିଥିବା ବେଳେ ଆଇନ ଶୃଙ୍ଖଳା ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ବାଂଲାଦେଶରେ କଟ୍ଟରପନ୍ଥୀମାନେ ରାସ୍ତାକୁ ଓହ୍ଲାଇ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ସରକାର ନୀରବତା ବଜାୟ ରଖିଛନ୍ତି।
ପୂର୍ବ ଘଟଣା ଗୁଡ଼ିକରେ, ଏକ ପୋଷାକ ଫ୍ୟାକ୍ଟ୍ରିରେ କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହା ପରେ ତାଙ୍କୁ ଗଛରେ ଟାଙ୍ଗି ହତ୍ୟା କରାଯାଇଥିଲା। ସେହିପରି ଅନ୍ୟ ଜଣେ ହିନ୍ଦୁ ବ୍ୟକ୍ତି ଅମ୍ରିତ ମଣ୍ଡଳଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ରିପୋର୍ଟ ହୋଇଛି।
ମୈମନସିଂ ଜିଲ୍ଲାରେ, ହିନ୍ଦୁ ସମ୍ପ୍ରଦାୟର ବଜେନ୍ଦ୍ର ବିଶ୍ୱାସଙ୍କୁ ଏକ ପୃଥକ ଆକ୍ରମଣରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ସମୟରେ, ନୂଆ ବର୍ଷ ପୂର୍ବ ସନ୍ଧ୍ୟାରେ ଏକ ହିନ୍ଦୁ ବ୍ୟବସାୟୀ ଖୋକନ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ହିଂସା ଦ୍ୱାରା ଛୁରି ଭୁସି ନିଆଁ ଲଗାଇ ଦିଆଯାଇଥିଲା। ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।