ଓଡ଼ିଶାର ୩ କୋର୍ଟକୁ ବୋମା ଧମକ

କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ହାଇକୋର୍ଟରୁ ବାହାରି ଗଲେ ବିଚାରପତି ଓ ଆଇନଜୀବୀ

ଭୁବନେଶ୍ୱର, ୦୮/୦୧: ଓଡ଼ିଶାର ୩ କୋର୍ଟକୁ ମିଳିଛି ବୋମା ଧମକ। ସମ୍ବଲପୁର, କଟକ, ଦେବଗଡ଼ରେ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି। ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍‌ ଆସିଛି। ବୋମା ଧମକ ପରେ ସମ୍ବଲପୁର ଓ ଦେବଗଡ଼ରେ କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ବାଡ୍ ଦ୍ବାରା ଯାଞ୍ଚ କରାଯାଉଛି। ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍‌ଡିଏକ୍ସ ଥିବା ମେଲ୍‌ ଆସିଛି।

କଟକରେ ଜିଲ୍ଲା ଜଜ୍‌ କୋର୍ଟ ପରିସରକୁ ଖାଲି କରାଯାଇଛି। ହାଇକୋର୍ଟକୁ ମଧ୍ୟ ଯାଞ୍ଚ ଉଦ୍ଦେଶ୍ୟରେ ଖାଲି କରିବା ଆରମ୍ଭ କରାଯାଇଛି। ହାଇକୋର୍ଟରୁ ବାହାରି ଯାଇଛନ୍ତି ବିଚାରପତି ଓ ଆଇନଜୀବୀ।