ନବୀନଙ୍କୁ ଭେଟିଲେ ଅଖିଳେଶ ଯାଦବ

‘ଓଡ଼ିଶାର ବିକାଶରେ ନବୀନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର, ୧୬/୦୧: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି।

ଅଖିଳେଶ ନବୀନଙ୍କୁ ଦେଶର ଜଣେ ବରିଷ୍ଠ ନେତା ଭାବରେ ବର୍ଣ୍ଣନା କରିଥିଲେ, ଓଡ଼ିଶାର ବିକାଶରେ ତାଙ୍କ ଏବଂ ତାଙ୍କ ପିତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋକପାତ କରିଛନ୍ତି।

ଏ ନେଇ “ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ନବୀନ ପଟ୍ଟନାୟକ ଜଣେ ବରିଷ୍ଠ ନେତା। ମୁଲାୟମ ସିଂହ ଯାଦବ ନବୀନଙ୍କ ବାପାଙ୍କ ସହ କାମ କରିଛନ୍ତି। ଆମେ ଏବେ ବିଜେପି ବିରୋଧରେ ଲଢ଼ୁଛୁ। ନବୀନ ବର୍ଷ ବର୍ଷ ଧରି ଲୋକଙ୍କ ସେବା କରି ଆସୁଛନ୍ତି,” ବୋଲି ଅଖିଳେଶ ଯାଦବ କହିଛନ୍ତି।