ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ପକ୍ଷରୁ ବିଶାଳ ଚାଷୀ ସମାବେଶ

୫ଟି ପଞ୍ଚାୟତରୁ ଯୋଗ ଦେଲେ ୪୦୦ରୁ ଉର୍ଦ୍ଧ୍ବ ଚାଷୀ

ରେଙ୍ଗାଲି, ୧୬/୦୧: ଆଦିତ୍ୟ ଆଲୁମିନିୟମ, ଲପଙ୍ଗା ପକ୍ଷରୁ ୫ ଗୋଟି ପଞ୍ଚାୟତର (ଲପଙ୍ଗା, କତରବଗା, ବୋମାଲୋଇ, ଗିଚାମୁରା, ଜଙ୍ଗଲା) ପ୍ରାୟ ୪୫୦ ଚାଷୀମାନଙ୍କୁ ନେଇ ବିଶାଳ ଚାଷୀ ସମାବେଶ ଆୟୋଜନ କରାଯାଇଥିଲା । ଉକ୍ତ ସମାବେଶରେ ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀ ତଥା ଶ୍ରୀମତୀ ଅମ୍ରିତା ପଣ୍ଡା, ସହକାରୀ ପ୍ରାଣୀ ଚିକିତ୍ସକ ଅଧିକାରୀ, ଶ୍ରୀଯୁକ୍ତ ପ୍ରିୟବ୍ରତ ଜେନା ସହକାରୀ କୃଷି ଅଧିକାରୀ, ରେଙ୍ଗାଲି, ଡକ୍ଟର ପିଙ୍କି ଶେଠ୍, ରିସର୍ଚର ଆଣ୍ଡ ଡେଭଲପମେଣ୍ଟ, କୃଷି ବିଜ୍ଞାନ କେନ୍ଦ୍ର ସମ୍ବଲପୁର, ଶ୍ରୀଯୁକ୍ତ ଜପା ମାଳି, ଜୀବିକା ମିଶନ, ଶ୍ରୀମତୀ ତନ୍ମୟୀ ଶାସନି, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ରେଙ୍ଗାଲି ଉପସ୍ଥିତ ରହି ସରକାରଙ୍କର ନିଜ ବିଭାଗର ସମସ୍ତ ପ୍ରକଳ୍ପ ଓ ଚାଷୀମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ଗୁଡ଼ିକ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏଥି ସହିତ ଜଙ୍ଗଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁରାରି ବିଶ୍ଵାଳ, ବୋମାଲୋଈ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶେଷଦେବ ପଧାନ ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆଦିତ୍ୟ ଆଲୁମିନିୟମର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ନାୟକ, ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚାଷୀ ହେଉଛନ୍ତି ଆମଦେଶର ଅର୍ଣ୍ଣ ଦାତା, ତେଣୁ ଚାଷୀ ମାନଙ୍କର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମ ସବୁବେଳେ ଶତଚେଷ୍ଟିତ ବୋଲି ଉଦବୋଧନ ଦେଇଥିଲେ। ଶ୍ରୀଯୁକ୍ତ ବିନୋଦା ନନ୍ଦ ଠାକୁର, ମାନବ ସମ୍ବଳ ମୁଖ୍ୟ, ଉପସ୍ଥିତ ଚାଷୀ ମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ, ପିୟୁଶୁ ରାଜଗୁରୁ ଆଦିତ୍ୟ ଆଡମିନ୍ ମୁଖ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ଶ୍ରୀଯୁକ୍ତ ମନୋରଂଜନ ବେହେରା, ଉପ ପ୍ରବନ୍ଧକ ସି.ଏସ.ଆର୍ ମଞ୍ଚ ପରିଚାଳନା କରିଥିଲେ ଓ ଶ୍ରୀଯୁକ୍ତ ରବି ନିୱାସ୍, ସି.ଏସ.ଆର ମୁଖ୍ୟ କାର୍ଯ୍ୟଟିକୁ ତଦାରଖ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଦିତ୍ୟ ଆଲୁମିନିୟମ ଚାଷୀ ମାନଙ୍କର ଉନ୍ନତି ପାଇଁ ଯେଉଁ କାର୍ଯ୍ୟମାନ ହାତକୁ ନେଉଛି ଏହା ପଣ୍ଡିତ ମଣ୍ଡଳୀରେ ପ୍ରଶଂସା କରିଥିଲେ।