ବିଜେଡ଼ିରେ ବଡ଼ ହଲଚଲ: ନବୀନ ନିବାସରୁ ଆସିଲା ଡ଼ାକରା

ପ୍ରମିଳାଙ୍କ ଘରେ ବୈଠକ ପରେ ଡାନିଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର, ୨୦/୦୧: ନବୀନ ନିବାସରେ ବଡ଼ ହଲ୍‌ଚଲ୍‌। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଡ଼ାକରାରେ ପହଞ୍ଚିଲେ ଦଳର ବରିଷ୍ଠ ନେତା। ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ପ୍ରମୁଖ ପହଞ୍ଚିଛନ୍ତି। ଆଜି ଯାଜପୁରରେ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ନେତାଙ୍କ ମେଳି ହୋଇଥିଲା। ବୈଠକ ପରେ ସେମାନଙ୍କୁ ଡକାଇଛନ୍ତି ନବୀନ।

ସେପଟେ ଯାଜପୁର ସଂଗଠନକୁ ଶକ୍ତିଶାଳୀ କରିବାକୁ ନେଇ ଆଲୋଚନା ହୋଇଥିଲା। ବୈଠକରେ ଦଳକୁ ସୁଦୃଢ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା। ନବୀନଙ୍କ ଅନୁମୋଦନକୁ ଅପେକ୍ଷା ଥିବା ଶୁଣିବାକୁ ମିଳୁଛି।

ତେବେ ଯାଜପୁର ନେତାଙ୍କ ବୈଠକ ପରେ ପ୍ରୀତିରଞ୍ଜନ ଘଡ଼ାଇ ଓରଫ୍ ଡାନି ବିସ୍ଫୋରକ ବୟାନ ରଖିଛନ୍ତି। କହିଛନ୍ତି, ଯାଜପୁରରେ ବଡ଼ ନେତା ଜନତା, ଉପଯୁକ୍ତ ଦାୟିତ୍ୱ ନେବା ସମୟ ଆସିଛି। ନୂଆ ନେତୃତ୍ୱ ଚାହୁଁଛନ୍ତି ଜନତା, ନଚେତ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡ଼ିବ। ଗଣତନ୍ତ୍ରରେ ଜନସାଧାରଣ ଆମ ମାଲିକ, ଭୋଟର ଆମ ଭଗବାନ। ଭୋଟରଙ୍କୁ ସମ୍ମାନ ଦେଇ ତାଙ୍କ ଆଶା ନେଇ କାମ କରିବାକୁ ପଡ଼ିବ। ଯେଉଁମାନେ ନିଜକୁ ବାଘ କହୁଥିଲେ, ସେମାନେ ଭୋଟରଙ୍କ ପାଖରେ କାଗଜ ବାଘ ବୋଲି ଦଳର ବରିଷ୍ଠ ନେତା ବବି ଦାସଙ୍କୁ ଇଙ୍ଗିତ କରି କହିଥିବା ଅନୁମାନ କରାଯାଉଛି।