ଓଡ଼ିଶାରେ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

୩ ମାସ ଟ୍ରେନିଂ ନେବେ ଜନଗଣନା ଅଧିକାରୀ

ଭୁବନେଶ୍ୱର, ୨୦/୦୧: ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ହେବ ଜନଗଣନା। ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଘର ଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବପାତ୍ର ଗଣନା ହେବ। ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୨୭ ମସିହା ଫେବ୍ରୁଆରୀ ମାସରେ ହେବ ଜନଗଣନାର ଦ୍ଵିତୀୟ ପର୍ଯ୍ୟାୟ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା।

ଜନଗଣନା ପୂର୍ବରୁ, ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ।