ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ପୀଠର ସାଧୁସନ୍ନ୍ୟାସୀ
ଯୋରନ୍ଦା ମେଳାରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର, ୨୪/୦୧: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ମହିମା ଗାଦିର ସନ୍ନ୍ୟାସୀ। ଯୋରନ୍ଦା ପୀଠର ସାଧୁସନ୍ନ୍ୟାସୀ ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଉଭୟ ବକଳ ଓ କଉପନି ଧାରୀ ସମ୍ପ୍ରଦାୟର ପ୍ରମୁଖ ସନ୍ନ୍ୟାସୀ ଭେଟିଲେ। ସରକାରୀ ବାସଭବନରେ ଭେଟି ମାଘ ମେଳାରେ ଯୋଗ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ। ମହିମା ଗାଦିର ବିକାଶ କାର୍ଯ୍ୟ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ।