ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ

ଭୁବନେଶ୍ୱର, ୨୫/୦୧: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଛି। ଗତ କିଛି ମାସ ଧରି ଅସୁସ୍ଥ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ୫୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଗତ କାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡି ଯାଇଥିଲା। ଏହା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ସିଡିଏ ସ୍ଥିତ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସିତ ହେଉଥିଲେ। ସେ କୋମାରୁ ସୁସ୍ଥ ହେବା ପରେ ଘରକୁ ଡିସଚାର୍ଜ ସୋଇ ଫେରିଥିଲେ। ହେଲେ ଗତ କାଲି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣି ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଅଭିଜିତଙ୍କ ପରଲୋକ ଖବର ଶୁଣିବା ପରେ ଓଲିଉଡ଼ ଓ ସଙ୍ଗୀତ ଜଗତରେ ଶୋକରେ ଛାୟା ଖେଳିଯାଇଛି।