ଆଜିର ତାରିଖ ୦୪ ଜାନୁଆରୀ ୨୦୨୬
ବିଶ୍ୱ କ୍ୟାନସର ଦିବସ:- ବିଶ୍ୱ କ୍ୟାନସର ଦିବସ (World Cancer Day) ପ୍ରତିବର୍ଷ ୪ ଫେବୃଆରୀରେ ପାଳନ କରାଯାଏ। ଏହା ଏକ ଅନ୍ତର୍ଜାତୀୟ ସଚେତନତା ଦିବସ, ଯାହା Union for International Cancer Control (UICC) ଦ୍ୱାରା ପରିଚାଳିତ ହୁଏ। ୨୦୦୦ ମସିହାରେ ପ୍ୟାରିସରେ ହୋଇଥିବା World Summit Against Cancer ରେ ଏହାର ଆରମ୍ଭ ହୋଇଥିଲା, ଯେଉଁଠାରେ Charter of Paris Against Cancer ହସ୍ତାକ୍ଷର ହୋଇଥିଲା। ବର୍ତ୍ତମାନର ତିନି ବର୍ଷୀୟ ଅଭିଯାନ (୨୦୨୫–୨୦୨୭) ପାଇଁ ଥିମ୍ ହେଉଛି “United by Unique”। ବିଶ୍ୱରେ କ୍ୟାନସର ଦ୍ୱିତୀୟ ସର୍ବାଧିକ ମୃତ୍ୟୁ କାରଣ।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ପଣ୍ଡିତ ଭୀମସେନ ଜୋଶୀ (୧୯୨୨) – ଭାରତରତ୍ନ ପ୍ରାପ୍ତ ପ୍ରସିଦ୍ଧ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ। କିରାଣା ଘରାନାର ସବୁଠାରୁ ବଡ଼ ନାମ ଭାବେ ପରିଚିତ। ତାଙ୍କର ଭଜନ ଓ ଖୟାଲ୍ ଗାନ ବହୁତ ପ୍ରସିଦ୍ଧ।
୨. ପଦ୍ମଶ୍ରୀ ବିର୍ଜୁ ମହାରାଜ (୧୯୩୮)- ଲକ୍ଷ୍ଣୌ ଘରାନାର ପ୍ରସିଦ୍ଧ କଥକ୍ ନୃତ୍ୟଶିଳ୍ପୀ, ଗାୟକ ଓ ସଙ୍ଗୀତଜ୍ଞ। ଭାରତର କଥକ୍ ନୃତ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ମହାନ କଳାକାର।
୩. ଉର୍ମିଳା ମାତୋନ୍ଡକର (୧୯୭୪) – ବଲିଉଡ୍ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ରଙ୍ଗିଲା, ସତ୍ୟା, ପ୍ୟାର୍ ତୁମ୍ହାରା ହୈ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ବହୁତ ପ୍ରଶଂସିତ ହୋଇଛି। ବର୍ତ୍ତମାନ ରାଜନୈତିକ କ୍ଷେତ୍ରରେ ମଧ୍ୟ ସକ୍ରିୟ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ସତ୍ୟେନ୍ଦ୍ର ନାଥ ବୋଷ (୧୮୯୪–୧୯୭୪) – ଭାରତର ମହାନ ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ। ବୋଷ-ଆଇନଷ୍ଟିନ୍ ସ୍ଟାଟିଷ୍ଟିକ୍ସ ଓ ବୋଜ-ଆଇନଷ୍ଟିନ୍ କଣ୍ଡେନସେଟ୍ (Bose-Einstein Condensate) ପାଇଁ ବିଶ୍ୱବ୍ୟାପୀ ପରିଚିତ। ପଦ୍ମ ଭୂଷଣ ଓ ରାଜ୍ୟସଭା ସଦସ୍ୟ ଥିଲେ। କଲକତ୍ତାରେ ୮୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ।
୨. ମଧୁସୂଦନ ଦାସ (୧୮୪୮–୧୯୩୪) – ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରମୁଖ ପୁରୋଧା, ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ଓ ସମାଜ ସୁଧାରକ। ଓଡ଼ିଶାର ପୃଥକ୍ ପ୍ରଦେଶ ଗଠନ ପାଇଁ ଅଗ୍ରଣୀ ଭୂମିକା ନିଭାଇଥିଲେ। ତାଙ୍କୁ “ଉତ୍କଳ ଗୌରବ” କୁହାଯାଏ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।
୩. ରବି ଘୋଷ (୧୯୩୧–୧୯୯୭) – ବଙ୍ଗାଳୀ ସିନେମାର ପ୍ରସିଦ୍ଧ ଅଭିନେତା। ସତ୍ୟଜିତ୍ ରାୟଙ୍କ ଚଳଚ୍ଚିତ୍ର ସମେତ ଅନେକ କ୍ଲାସିକ୍ ଫିଲ୍ମରେ କମେଡି ଓ ଚରିତ୍ରାତ୍ମକ ଭୂମିକା ପାଇଁ ଜଣାଶୁଣା।
୪. ଭାନୀ ଜୟରାମ (୧୯୪୫–୨୦୨୩) – ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା। ତାମିଳ, ତେଲୁଗୁ, ହିନ୍ଦୀ ଓ ମାଲୟାଳମ୍ ସମେତ ଅନେକ ଭାଷାରେ ଗୀତ ଗାଇଥିଲେ। ସେ ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ। ଏକ ଦୁର୍ଘଟଣାରେ ଆଘାତ ପାଇ ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୭୮୯- ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଜର୍ଜ ଓ୍ବାଶିଂଟନଙ୍କୁ ଏକମତରେ ନିର୍ବାଚିତ କରାଯାଇଥିଲା।
୧୮୬୧ – ଆମେରିକାର ଦକ୍ଷିଣାଞ୍ଚଳୀୟ ରାଜ୍ୟଗୁଡ଼ିକ କନ୍ଫେଡେରେଟ ଷ୍ଟେଟ୍ସ ଅଫ୍ ଆମେରିକା (Confederate States of America) ଗଠନ କରିଥିଲେ, ଯାହା ଗୃହଯୁଦ୍ଧର ଆରମ୍ଭ ହେଲା।
୧୯୪୫ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୟାଲ୍ଟା ସମ୍ମିଳନୀ ଆରମ୍ଭ ହୋଇଥିଲା, ଯେଉଁଠାରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ ଡି. ରୁଜଭେଲ୍ଟ, ବ୍ରିଟେନର ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚିଲ ଏବଂ ସୋଭିଏତ ନେତା ଜୋସେଫ ଷ୍ଟାଲିନ ମିଳିତ ଭାବେ ଯୁଦ୍ଧ ପରବର୍ତ୍ତୀ ଇଉରୋପର ଯୋଜନା କରିଥିଲେ।
୧୯୪୮ – ସିଲୋନ (ବର୍ତ୍ତମାନର ଶ୍ରୀଲଙ୍କା) ବ୍ରିଟିଶ କମନ୍ୱେଲ୍ଥ ଭିତରେ ସ୍ୱାଧୀନତା ପ୍ରାପ୍ତ କରିଥିଲା।
୨୦୦୪ – ଫେସବୁକ (ବର୍ତ୍ତମାନ Meta) ପ୍ରତିଷ୍ଠା ହୋଇଥିଲା, ଯାହା ବିଶ୍ୱର ସବୁଠାରୁ ବଡ଼ ସାମାଜିକ ମାଧ୍ୟମ ପ୍ଲାଟଫର୍ମ ହୋଇପଡ଼ିଛି।
୧୯୨୨ – ଚୌରିଚୌରା ଘଟଣା ଘଟିଥିଲା, ଯାହା ଅସହଯୋଗ ଆନ୍ଦୋଳନକୁ ମହାତ୍ମା ଗାନ୍ଧୀ ଦ୍ୱାରା ସ୍ଥଗିତ କରିବାର ଏକ ବଡ଼ କାରଣ ହୋଇଥିଲା।
୨୦୨୫- ଭୂଟାନର ରାଜା ମହାକୁମ୍ଭ ମେଳାରେ ସାମିଲ ହୋଇ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ।
୨୦୨୫ – ଲିବିଆରେ ଫସିଥିବା ୧୬ ଜଣ ଭାରତୀୟ ଶ୍ରମିକ ଭାରତ ଫେରିଥିଲେ।