କାନାଡ଼ା, ୧୧/୦୨: କାନାଡାର ଟମ୍ବଲର ରିଜ୍ ସ୍କୁଲରେ ଆଖିବୁଜା ଗୁଳିମାଡ଼ ହୋଇଛି। ଯାହା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ତର୍ଜାତୀୟ ଖବର ଅନୁଯାୟୀ, ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ (ଆରସିଏମପି)ର ଷ୍ଟାଫ୍ ସାର୍ଜେଣ୍ଟ କ୍ରିସ୍ କ୍ଲାର୍କ ଏହି ଘଟଣା ନିଶ୍ଚିତ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ଟମ୍ବଲର ରିଜ୍ ମାଧ୍ୟମିକ ସ୍କୁଲରେ ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସନ୍ଦିଗ୍ଧ ଗୁଳିଚାଳନା କାରୀଗର ମଧ୍ୟ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ୨୫ ଜଣ ଆହତଙ୍କ ଚିକିତ୍ସା କରାଯାଉଛି। ସ୍କୁଲରୁ ଗୁରୁତର ଆହତ ଦୁଇଜଣଙ୍କୁ ଏୟାରଲିଫ୍ଟ କରାଯାଇଛି। ଅନ୍ୟ ସମସ୍ତ ଛାତ୍ର ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ଉତ୍ତର-ପୂର୍ବ ବ୍ରିଟିଶ କଲମ୍ବିଆର ଛୋଟ ସହର ଟମ୍ବଲର ରିଜରେ ଘଟିଛି, ଏହି ଘଟଣା ପରେ ସ୍କୁଲକୁ ବନ୍ଦ କରି ତଦନ୍ତ ଜାରି ରହିଛି।