ପାରଳା ବିଧାୟକଙ୍କ ମହନୀୟତା

ଗରିବ କର୍କଟ ପୀଡିତଙ୍କ ସମସ୍ତ ଚିକିତ୍ସା ଭାର ନେଲେ ବିଧାୟକ

ପାରଳାଖେମୁଣ୍ଡି, ୧୫/୦୨(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର କ୍ରିଷ୍ଣା କର୍କଟ ରୋଗରେ ଦୀର୍ଘ ଦିନ ଧରି ପୀଡ଼ିତ ହୋଇ ବହୁ ଦୁଃଖ କଷ୍ଟ ପାଇ ଆସୁଛନ୍ତି। ଗରିବ ହୋଇଥିବାରୁ ଅର୍ଥାଭାବ ଯୋଗୁଁ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ନେଇ ଜାଣିବା ପରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାରିଗ୍ରାହୀ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେ ତାଙ୍କ ଚିକିତ୍ସାର ସମୁଦାୟ ଭାର ନେବେ ବୋଲି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ କର୍କଟ ରୋଗୀ ପାଇଥିବା ବିଜୁ ସ୍ବାସ୍ଥ୍ୟକାର୍ଡରେ ଦୁଇମାସ ଧରି ଚିକିତ୍ସା ପାଇବା ପରେ ଆୟୁଷ୍ମାନ କାର୍ଡ ନଥିବା ଯୋଗୁଁ ନିଜସ୍ଵ ଖର୍ଚ୍ଚରେ ଋଣଗ୍ରସ୍ତ ହୋଇ ସର୍ବସ୍ଵ ହରାଇବା ପରେ ମଧ୍ୟ ଭଲ ହୋଇପାରି ନଥିଲେ। ପରେ ପ୍ରଶାସନକୁ ସହାୟତା ପାଇଁ ନିବେଦନ କରିଥିଲେ । ହେଲେ ତାଙ୍କୁ ଏହି ସାହାଯ୍ୟ ଦେବାକୁ କେହି ଆସି ନ ଥିଲେ। ଏହି ସମସ୍ତ ଘଟଣା ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଜାଣିବା ପରେ କର୍କଟ ରୋଗୀ କ୍ରିଷ୍ଣାଙ୍କ ବାସଭବନକୁ ଯାଇ ସାକ୍ଷାତ କରି ଆର୍ଥିକ ସାହାଯ୍ୟ ଦେବା ସହ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ ହାଇଟେକ୍ ମେଡିକାଲ୍ କଲେଜରେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକଙ୍କ ଏଭଳି ଘୋଷଣାରେ କର୍କଟ ପୀଡିତଙ୍କ ପରିବାର ସହ କେ. ସୀତାପୁର ଗ୍ରାମବାସୀମାନେ ପାରଳା ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।