ଭୁବନେଶ୍ୱର, ୧୯/୦୨: ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ମଧ୍ୟ ସୁରୁଖୁରୁରେ ଚାଲି ପାରିନି ଗୃହକାର୍ଯ୍ୟ। ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳ। ଯେଉଁଥିପାଇଁ ପ୍ରଶ୍ନକାଳ ଚାଲିପାରିଲାନି। ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ।
ଗୃହରେ ହାତରେ ପ୍ଲାକାର୍ଡ ଧରି ବିଜେଡି ବିଧାୟକ ହୋହଲ୍ଲା ଓ ନାରାବାଜି କରିଛନ୍ତି। ଚାଷୀ ମାରଣାନୀତି, ମଣ୍ଡି ସମସ୍ୟା, କଟନୀଛଟନୀ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ପାଖରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ଗୃହ ମୁଲତବି ରଖାଯାଇଛି।