ଭିଜିଲାନ୍ସ ଜାଲରେ ତହସିଲଦାର

ମାଡ଼ି ବସିଲା ଭିଜିଲାନ୍ସ, ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ

ସୋର, ୧୯/୦୨: ଭିଜିଲାନ୍ସ ପଞ୍ଝାରେ ସୋର ତହସିଲଦାର ଦୈତାରୀ ମଲ୍ଲିକ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ପ୍ରାୟ ୫ଟି ପଥର ଗାଡ଼ି ଛାଡ଼ିବାକୁ ନେଇ ଅଫିସ୍‌ ଭିତରେ ନେଉଥିଲେ ଲାଞ୍ଚ।

ତହସିଲଦାର ଟ୍ରକ ମାଲିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। କିନ୍ତୁ ଟ୍ରକ୍ ମାଲିକ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୪୦ ହଜାର ଟଙ୍କା ମାଗିଥିଲେ ତହସିଲଦାର। ତେଣୁ ଟ୍ରକ ମାଲିକ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ ତହସିଲଦାର। ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏଥି ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଚଢ଼ାଉ କରାଯାଇଛି।