ମୋଦି ସରକାରଙ୍କ ଦୀପାବଳି ଉପହାର !

ବେରୋଜଗାର ଯୁବପିଢ଼ିଙ୍କୁ ମୋଦି ସରକାରଙ୍କ ଦୀପାବଳି ଉପହାର । କରୋନା ମହାମାରୀ ପର ଠାରୁ ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଏଥର ଆଲୋକର ପର୍ବ ପୂର୍ବରୁ ମିଳିବ ଚାକିରି । ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋମି ଦେଶର ୭୫୦୦୦ ଯୁବକଙ୍କୁ ଚାକିରିର ଉପହାର ଦେବେ । ଅକ୍ଟୋବର ୨୨ରେ ଭିଡିଓ କନଫରେନ୍ସ ଜରିଆରେ ଯୁବପିଢ଼ିଙ୍କ ସହ ଆଲୋଚନା କରିବା ସହ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, ବ୍ୟାଙ୍କିଂ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଆଦି ବିଭାଗ ପାଇଁ ଏହି ନିଯୁକ୍ତି ଦିଆଯିବ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ କେନ୍ଦ୍ର ମନ୍ତ୍ରୀମାନେ ଯୋଡ଼ିହେବେ । ଏହା ସହିତ ସାଂସଦମାନେ ସେମାନଙ୍କ ସଂସଦୀୟ କ୍ଷେତ୍ରରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।