କାର୍ତ୍ତିକରେ କରେଣ୍ଟ ମାରୁଛି ପରିବା ଦର

କାର୍ତ୍ତିକରେ ଆକାଶଛୁଆଁ ପରିବା ଦର । ପ୍ରାୟ ସବୁ ପରିବାର ଏବେ ୫୦ ଟଙ୍କା ଉପରେ ରହିଛି କେଜି । ଲୋକେ ଆଗରୁ ଶହେ ଟଙ୍କା ଆଣିଲେ ବ୍ୟାଗ୍ ଭର୍ତ୍ତି କରି ପରିବା ନେଉଥିଲେ । ଏବେ ୫ ଶହ ଟଙ୍କାରେ ବି ପୁରୁନି ବ୍ୟାଗ୍ । ଏଭଳି ସ୍ଥିତିରେ ସାଧାରଣ ଗରିବ ଲୋକଟିଏ କଣ ଖାଇବ ଜାଣିପାରୁନି ।

ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି। କାରଣ ଆକାଶଛୁଆଁ ହୋଇଛି ପରିବା ଦର। କାର୍ତ୍ତିକ ମାସରେ ହୁ ହୁ ହୋଇ ବଢିଛି ପରିବା ଦର । ସାରା ରାଜ୍ୟରେ ପରିବା ଦର ଆକାଶ ଛୁଆଁ । ଅଧିକାଂଶ ପରିବା ଏବେ ୫୦ଟଙ୍କା ଉପରେ ।