ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଇସ୍ତଫା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରୁ ଆରମ୍ଭ ହୋଇଥିବା ବ୍ରିଟେନର ରାଜନୈତିକ ଡ୍ରାମା ଶେଷ ହେବାର ନାଁ ଧରୁନି । ଏବେ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶପଥ ନେବାର ମାତ୍ର ଛଅ ସପ୍ତାହରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ହେବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।