ମଦ ଦୁର୍ନୀତି ମାମଲା: କେଜ୍ରିୱାଲ, ସିସୋଦିଆ ନିର୍ଦ୍ଦୋଷ

ରାଉଜ୍ ଆଭେନ୍ୟୁ କୋର୍ଟ ଦ୍ୱାରା କେଜ୍ରିୱାଲଙ୍କୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ, ୨୭/୦୨: ମଦ ଦୁର୍ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ବିଜୟ। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସମସ୍ତ ଅଭିଯୋଗରୁ ତାଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି। ଏହା ସହିତ, କୋର୍ଟ ଆମ ଆଦମୀ ପାର୍ଟି ନେତା ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଦୋଷ ମୁକ୍ତ କରିଛନ୍ତି। କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇ ଦ୍ୱାରା ଦାୟର ମାମଲାରେ କୋର୍ଟ ଏହି ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଚାର୍ଜସିଟରେ “ବିଭ୍ରାନ୍ତିକର ଦାବି” କରାଯାଇଛି। କୌଣସି ଯଥେଷ୍ଟ ପ୍ରମାଣ ବିନା କେଜରିୱାଲଙ୍କୁ ମାମଲାରେ ଫସାଇ ଦିଆଯାଇଛି।

ଅନ୍ୟ ୨୧ ଜଣଙ୍କ ବିରୋଧରେ ମାମଲାକୁ ଖାରଜ କରିଦେଇଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଯେ ସିବିଆଇ ଚାର୍ଜସିଟରେ ଅନେକ ତ୍ରୁଟି ଥିଲା ଯାହା ପ୍ରମାଣ ଭିତ୍ତିକ ନୁହେଁ। କୋର୍ଟ କହିଛନ୍ତି, ଅବକାରୀ ନୀତିରେ କୌଣସି ବଡ଼ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଉଦ୍ଦେଶ୍ୟ ନଥିଲା।

 

ସମସ୍ତ ଘଟଣାକ୍ରମ:-

ଅକ୍ଟୋବର ୨୦୨୩: ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ସମନ ଜାରି କରିଥିଲା।

୨ ନଭେମ୍ବର, ୨୦୨୩: କେଜରିୱାଲ ପ୍ରଥମ ଇଡି ସମନକୁ ଅଣଦେଖା କରି ମଧ୍ୟପ୍ରଦେଶର ସିଙ୍ଗରୌଲିରେ ଏକ ରାଜନୈତିକ ରାଲିରେ ଯୋଗ ଦେଲେ।

ଡିସେମ୍ବର ୨୦୨୩: କେଜ୍ରିୱାଲ ଦ୍ୱିତୀୟ ଇଡି ସମନକୁ ମଧ୍ୟ ଅଣଦେଖା କରି ଏହାକୁ “ଅବୈଧ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି କହିଥିଲେ।

ଜାନୁଆରୀ ୨୦୨୪: କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ଷଡ଼ଯନ୍ତ୍ର ଅଭିଯୋଗ ଆଣି ତୃତୀୟ ଇଡି ସମନକୁ ମଧ୍ୟ ଅଣଦେଖା କରିଥିଲେ।

ଜାନୁଆରୀ ୧୮, ୨୦୨୪: ପଚରାଉଚରା ପାଇଁ ହାଜର ହେବା ପାଇଁ କେଜ୍ରିୱାଲଙ୍କୁ ଇଡି ଚତୁର୍ଥ ସମନ ଜାରି କଲା।

୨ ଫେବୃଆରୀ, ୨୦୨୪: କେଜ୍ରିୱାଲ ଇଡିର ପଞ୍ଚମ ଏବଂ ପରବର୍ତ୍ତୀ ଷଷ୍ଠ ସମନକୁ ଅଣଦେଖା କଲେ କାରଣ ତାଙ୍କ ଆଇନଗତ ଟିମ୍ ସମନର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ।

୧୬ ମାର୍ଚ୍ଚ, ୨୦୨୪: କେଜ୍ରିୱାଲ କୋର୍ଟରେ ହାଜର ନ ହେବାରୁ ଇଡି ଦ୍ୱାରା ଦାୟର ଦୁଇଟି ଅଭିଯୋଗ କରାଯାଇଥିଲା। ଯେଉଁଥିରେ ସେସନ୍ସ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କଲେ।

୨୧ ମାର୍ଚ୍ଚ, ୨୦୨୪: କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଇଡି ସମନକୁ ଚ୍ୟାଲେଞ୍ଜ କଲେ।

୨୧ ମାର୍ଚ୍ଚ, ୨୦୨୪: ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କଲେ।

୨୧ ମାର୍ଚ୍ଚ, ୨୦୨୪: ନଅଟି ସମନରେ ହାଜର ନହେବା ପରେ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା।

୧୦ ମଇ, ୨୦୨୪: ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରି ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଅନୁମତି ଦେଇଥିଲେ।

ଜୁନ୍ ୧, ୨୦୨୪: କେଜ୍ରିୱାଲ ଦିଲ୍ଲୀର ଏକ କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କଲେ।

୨ ଜୁନ୍, ୨୦୨୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେଜ୍ରିୱାଲ ତିହାର ଜେଲରେ ଆତ୍ମସମର୍ପଣ କଲେ।

୫ ଜୁନ୍, ୨୦୨୪: ଦିଲ୍ଲୀ କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଲେ।

୨୦ ଜୁନ୍, ୨୦୨୪: ଦିଲ୍ଲୀ କୋର୍ଟ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ନିୟମିତ ଜାମିନ ପ୍ରଦାନ କଲେ।

ଜୁନ୍ ୨୧, ୨୦୨୪: ଇଡି ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା, ଯାହା କେଜ୍ରିୱାଲଙ୍କ ଜାମିନ ସ୍ଥଗିତ ରଖିଲା।

୨୬ ଜୁନ୍ ୨୦୨୪: କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା।

ସେପ୍ଟେମ୍ବର ୫, ୨୦୨୪: ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ଏବଂ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଜାମିନ ଖାରଜକୁ ଚ୍ୟାଲେଞ୍ଜ କରି ତାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ।

୧୩ ସେପ୍ଟେମ୍ବର, ୨୦୨୪: ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରି ତାଙ୍କ ରାୟ ଶୁଣାଇଲେ।

ଜାନୁଆରୀ ୨୨, ୨୦୨୬: ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୁଇଟି ଇଡି ମାମଲାରେ ଦୋଷମୁକ୍ତ କରିଥିଲେ।

୨୭ ଫେବୃଆରୀ, ୨୦୨୬: ଦିଲ୍ଲୀ କୋର୍ଟ କେଜ୍ରିୱାଲଙ୍କୁ କ୍ଲିନ୍ ଚିଟ୍ ଦେଲେ।