ନୂଆଦିଲ୍ଲୀ, ୦୨/୦୩: ଇରାନ ଉପରେ ଇସ୍ରାଏଲ-ଆମେରିକା ଆକ୍ରମଣ ପରେ ଖାମେନେଇଙ୍କ ମୃତ୍ୟୁ ପ୍ରତିବାଦରେ ଭାରତର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜମ୍ମୁ-କାଶ୍ମୀର ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି।
ଏହି ପରିପ୍ରେକ୍ଷୀରେ ଭାରତରେ ସମ୍ଭାବ୍ୟ ହିଂସା ଘଟିପାରେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କତା ଜାରି କରିଛି। ଏହି ଚିଠିରେ ରାଜ୍ୟଗୁଡ଼ିକୁ “ଇରାନ ସମର୍ଥକ ମୌଳବାଦୀ ପ୍ରଚାରକମାନଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି ଯେଉଁମାନେ ଉତ୍ତେଜନାପୂର୍ଣ୍ଣ ଉପଦେଶ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ଅପପ୍ରଚାର ରୋକିବାକୁ ପରାମର୍ଶ ଦିଆଯାଇଛି।”
ସୂଚନା ଅନୁଯାୟୀ, ମଧ୍ୟପୂର୍ବ ଏସିଆରେ ଚାଲିଥିବା ଯୁଦ୍ଧ ପରେ ଭାରତରେ ଅନେକ ସ୍ଥାନରେ ହେଉଥିବା ପ୍ରତିବାଦ ଯୋଗୁଁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛି। ପ୍ରତିବାଦ ସମୟରେ ଆଇନ ଶୃଙ୍ଖଳା ଉପରେ କଡ଼ା ନଜର ରଖିବା ଆବଶ୍ୟକ ବୋଲି କୁହାଯାଇଛି।